Jump to content

ପୃଷ୍ଠା:Shankhanada.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି । ସଂସାରକୁ ଘୃଣିତ ହେବାରୁ ରକ୍ଷା କରିବା ନିମନ୍ତେ ଆପଣ ତଟ ଓ ତଟରକ୍ଷକ ଅଟନ୍ତି । ଆମ ଆତ୍ମା ଭିତରେ ଆପଣଙ୍କୁ ହୃଦୟଙ୍ଗମ କରିବା ବ୍ୟକ୍ତି ତପସ୍ବୀ ଅଟନ୍ତି । ସଂସାର ମଙ୍ଗଳ କାମନା କରି ଭିକ୍ଷୁ ସାଜି ଗୃହତ୍ୟାଗୀ ହୋଇଥାନ୍ତି । ବିଛୁରିତ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆଲୋକ ପ୍ରଦାନ କରନ୍ତୁ । ହେ ସୂର୍ଯ୍ୟ ! ହେଁ ବିଷ୍ଣୁ ! ହେ ମାଧବ ! ଅର୍ଥ-ଉନ୍ନୀଳିତ ଜ୍ଞାନ ଚକ୍ଷୁରେ ପୁଣି ଥରେ ଶିବ-ତାଣ୍ଡବ ନୃତ୍ୟର ଉଡ୍ରଧୈବତ ସୁର ଝଙ୍କୃତ କରିଉଠୁ ।

୧୨ | ଶଙ୍ଖନାଦ --------------------------------------------------------