ଅଟକି ଗଲା । ପଛକୁ ବୁଲି ଚାହିଁଲି । ଜଣେ ଭଦ୍ରବ୍ୟକ୍ତି ମୋ ଆଡ଼କୁ ଆସୁଥିଲେ, “କାହାକୁ ଖୋଜୁଛନ୍ତି?” “ମୁଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମିଶିବାକୁ ଆସିଛି । ମୋ ପୁଅ ଏଇଠି ରହି ପଢ଼ୁଛି ।” “କିଏ କହିଲେ?” “ମନୋଜ, ଶେଷ ବର୍ଷ ତା'ର ।” “ଓହୋ । ତା’ ହେଲେ ଆସନ୍ତୁ, ସାରଙ୍କ ଘରକୁ ଯିବା । ସେ ଏଇଠି କ୍ୱାର୍ଟରରେ ରହୁଛନ୍ତି ।” “ଠିକ ଅଛି । ପ୍ରଥମେ ମୁଁ ମନୋଜ ସହ ମିଶି ସାରେ ।” “ଆସନ୍ତୁ, ପ୍ରଥମେ ସାରଙ୍କ ଘରକୁ ଯିବା ।” ସେ ମୋତେ ଡାକିନେଲେ । ମୁଁ ଆଉ କିଛି ପ୍ରତିବାଦ ନ କରି ଅପେକ୍ଷାକୃତ ଅନ୍ଧାର ରାସ୍ତା ଧରି ତାଙ୍କ ସହ କ୍ୱାର୍ଟର ଆଡ଼େ ଆଗେଇଲି । ତାଙ୍କର ଚପଲ ବର୍ଷା ପାଣିରେ ଚପର ଚପର ଶବ୍ଦ ସୃଷ୍ଟି କରୁଥିଲା ବେଳେ ମୁଁ ନିଃଶବ୍ଦରେ ଚାଲିଥିଲି । ମୋ ମନ ଭିତରେ ଅନବରତ ସୃଷ୍ଟି ହେଉଥିବା ଅହେତୁକ ଆଶଙ୍କାର ଜଳ ଭଉଁରୀରେ ମୁଁ ସ୍ଥିର ହେବାକୁ ଚେଷ୍ଟା କରୁଥୁଲି । ଅନତି ଦୂରରେ ଦେଖା ଯାଉଥିବା ଘର ଗୁଡ଼ିକ ଭିତରୁ କାଚ ଝରକା ଦେଇ ଆଲୁଅ ସ୍ପଷ୍ଟ ରୂପେ ଦେଖା ଯାଉଥିଲା । ଗୋଟିଏ ଘର ସମ୍ମୁଖରେ ଆମେ ଅଟକିଲୁ । ବାରଣ୍ଡାର କ୍ଷୀଣ ଆଲୁଅରେ ସେଠାରେ ଠିଆ କରା ଯାଇଥିବା ମୋଟର ସାଇକେଲ ସ୍ପଷ୍ଟ ରୂପେ ବାରି ହେଉଥିଲା । ଘର ଭିତରୁ ଟିଭିର ଶବ୍ଦ ଶୁଣାଯାଉଥିଲା । ଶଙ୍ଖନାଦ | ୧ ୧୨୯
ପୃଷ୍ଠା:Shankhanada.pdf/୧୩୦
ଦେଖଣା