“ଏଇଟା ସାରଙ୍କ ଘର । ମୁଁ ଆସୁଛି ।” ସେହି ଘର ଦିଗରେ ଆଙ୍ଗୁଠି ଦେଖାଇ ଭଦ୍ରବ୍ୟକ୍ତି ଜଣକ ଫେରିଗଲେ । ତାରଜାଲିର କବାଟରେ ଲଗା ଯାଇଥବା ଶିକୁଳୀ ଦ୍ବାରା ଶବ୍ଦ କରି ଡାକିଲି, “ଆଜ୍ଞା ।” ଭିତରୁ ସଙ୍ଗେ ସଙ୍ଗେ ଜଣେ ପ୍ରତ୍ୟୁତ୍ତର ଦେଲେ, “କିଏ?” “ମୁଁ, ମନୋଜର ବାପା ।” ଭିତର କବାଟ ସଙ୍ଗେ ସଙ୍ଗେ ଖୋଲିଗଲା । ଜଣେ ପୁଥୁଳକାୟ ପୌଢ଼ ଭିତରୁ ବାହାରି ଆସି ଜାଲି କବାଟ ସେ ପାଖେ ଠିଆ ହୋଇ ମୋତେ ଚାହିଁ ପୁଣି ପ୍ରଶ୍ନ କଲେ, “କିଏ କହିଲେ ।” “ଆପଣଙ୍କ ଛାତ୍ର ମନୋଜ, ମୁଁ ତା'ର ବାପା ।” ତରତର ହୋଇ ସେ କବାଟ ଖୋଲିଲେ, “ଓହୋ, ଆସନ୍ତୁ, ଆସନ୍ତୁ ।” ବାହାରର ଅନ୍ଧାରରୁ ମୁଁ ବାରଣ୍ଡାର କ୍ଷୀଣ ଆଲୁଅ ଭିତରକୁ ପ୍ରବେଶ କଲି । ହାତରେ ଧରିଥିବା ଗାମୁଛାଟିକୁ ମୋ ଦିଗକୁ ବଢ଼େଇଦେଲେ ସେ, “ଟିକେ ପୋଛି ଦିଅନ୍ତୁ ।” ଭଦ୍ର ବ୍ୟକ୍ତି ଭିତରକୁ ଆଗେଇଲେ । ମୋତେ ପଛରେ ଆସିବାକୁ ନିମନ୍ତ୍ରଣ ଦେଲେ, “ଆସନ୍ତୁ ।” ମୁହଁ ହାତ ପୋଛି ପୋଛି ମୁଁ ତାଙ୍କ ପଛରେ ଭିତରକୁ ପଶୁ ପଶୁ ଭିତରର ଭବ୍ୟତା ପ୍ରଥମେ ମୋର ଦୃଷ୍ଟିଗୋଚର ହେଲା । ସୁସଜ୍ଜିତ ବୈଠକଖାନା, ରୁଚିପୂର୍ଣ୍ଣ ସାଜସଜ୍ଜା । ବୈଠକଖାନାରେ କୋଉଠି ହେଲେ ଟିଭି ନଥିଲା, ତଥାପି ଟିଭିର ଶବ୍ଦ ଶୁଣା ଯାଉଥିଲା । ଅବଶ୍ୟ ଶବ୍ଦର ପରିମାଣ କମି ଯାଇଥିଲା । ୧୩୦ ।ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୩୧
ଦେଖଣା