ମୋତେ ଗୋଟିଏ ଚେୟାରରେ ବସିବାକୁ ହାତ ଦେଖାଇ ସେ ଗୋଟିଏ ଚେୟାରରେ ବସିଲେ, “ଆପଣଙ୍କର ରାସ୍ତାରେ କିଛି ଅସୁବିଧା ହେଇନି ତ?" “ନା, ଏଇଠି ପହଞ୍ଚି ମୁଁ ପ୍ରଥମେ ଆପଣଙ୍କ ସହ ମିଶିବା ପାଇଁ ଆସିଲି । ତା'ପରେ ଯାଇ ମନୋଜ ସହ ମିଶିବି । କ'ଣ କିଛି ଅସୁବିଧା ହୋଇଛି ପ୍ରଫେସର ?" କିଛି କ୍ଷଣ ସେ ତଳକୁ ମୁହଁ ପୋତି ବସିଲେ । ପରେ ମୁଣ୍ଡ ଉଠେଇ କହିଲେ, “ମନୋଜ ଦେଖା ଯାଉନି, ତିନି ଦିନ ହେବ ।” ହଠାତ୍ ମୋ କାନରେ ଆସି ପଡୁଥିବା ଚାରିଆଡ଼ର ଶବ୍ଦ ଯେମିତି ବନ୍ଦ ହୋଇଗଲା । ସହସ୍ର ସୂର୍ଯ୍ୟର ତୀବ୍ର ରଶ୍ମିଯୁକ୍ତ ସ୍ବର୍ ମୋ' କାନ ମୁଣ୍ଡା ପାଖରେ ଝଙ୍କୃତ ହେବା ଅନୁଭୂତ ହେଲା । ମୁଁ ଚିହିଁକି ପଡ଼ିଲି, “ମାନେ !” ବାସ୍ତବରେ ପ୍ରଫେସରଙ୍କଠୁଁ ମୁଁ ଏହା ଆଶା କରୁ ନ ଥିଲି । ଚେୟାରରୁ ଉଠି ପ୍ରଫେସର ଝରକା ପାଖରେ ଯାଇ ଠିଆ ହେଲେ । ନୀରବରେ ଅନ୍ଧାରର ବର୍ଷାକୁ ନିରେଖ୍ ଦେଖ୍ର ବୃଥା ଚେଷ୍ଟା କରୁଥିଲେ । ମୋ ପାଇଁ ଉତ୍ତର ବୋଧହୁଏ ସେ ଖୋଜୁଥିଲେ । ମୁଁ ମଧ୍ୟ ଚେୟାରରେ ବସି ପାରିଲିନି । ତାଙ୍କ ପାଖରେ ଯାଇ ଛିଡ଼ା ହେଲି । ଅଶୁଭ ସୂଚନାଟିକୁ ଯଦିଓ ମୁଁ ଶୁଣି ପାରିଥିଲି, ତଥାପି ତା'କୁ ଗ୍ରହଣ କରିବା ଅବସ୍ଥାରେ ମୁଁ ନ ଥିଲି । କୋଡ଼ିଏ ବର୍ଷ ବୟସର ପୁଅ ମୋର । ମାଆବାପାଙ୍କ ଅତି ଆଶା, ଉଦ୍ଦୀପନାରେ ଝଙ୍କୃତ ମାନସିକ ଉଦବେଳନର ପ୍ରତୀକ । ଭଉଣୀମାନଙ୍କର ଗର୍ବ ! ଅଞ୍ଜଳି ତା’ର ଫୋନ୍ ପାଇଁ ଅପେକ୍ଷାରତ । ସେ ପୁଣି ନିଖୋଜ ! ଦିନେ ନୁହେଁ, ପୁଣି ତିନି ଦିନ ହେବ ! ଶଙ୍ଖନାଦ | ୧୩୧
ପୃଷ୍ଠା:Shankhanada.pdf/୧୩୨
ଦେଖଣା