ବାହାର ଅନ୍ଧକାର ଦିଗରୁ ଦୃଷ୍ଟି ଫେରାଇ ମୋତେ ଚାହିଁଲେ ପ୍ରଫେସର, “ଗୁରୁବାର ସନ୍ଧ୍ୟା ଜଳ ଖାଇନି ସେ । ଏକୁଟିଆ ବାହାରକୁ ଯାଇଥିଲା । ରାତିରେ ବି ଫେରି ନଥିଲା । ସକାଳୁ ତା' ହଷ୍ଟେଲମେଟମାନେ ତା’ ମୋବାଇଲକୁ ଫୋନ୍ କରିଥିଲେ । ମୋବାଇଲ ସୁଇଚ-ଅଫ୍ ଥିଲା । କାଲି ଦିନଟା ଅପେକ୍ଷା କଲୁ । ଆଜି ସକାଳୁ ଡାଇରେକ୍ଟରଙ୍କୁ ଜଣେଇଲି, ତା' ପରେ ଆପଣଙ୍କୁ ଫୋନ୍ କଲି । ଆପଣଙ୍କ ସହ କଥା ହେଲା ପରେ ଯେତେବେଳେ ଜାଣି ପାରିଲି, ସେ ଘରକୁ ମଧ୍ୟ ଯାଇନି, ପୋଲିସ୍କୁ ଖବର ଦେଲି ।” ପୋଲିସ ଜାଣିସାରିଲାଣି, ଅଥଚ ମୁଁ ଜାଣିନି, ଶିହିରି ଉଠିଲି । କ'ଣ ହେଲା ମୋ ପୁଅର? ପଚାରିଲି, “ପୋଲିସ୍ କ'ଣ କହିଲା?” “ସନ୍ଧାନ କରୁଛି । ମୋବାଇଲ ଟ୍ରାକ୍ କରୁଛି । କିନ୍ତୁ ଯଦି ଆପଣ ଜାଣି ନାହାନ୍ତି, ତା’ ହେଲେ ଗଲା କୁଆଡ଼େ? ଆପଣ ଆଉ କିଛି ରେନସମ୍ ନୋଟ୍ ପାଇ ନାହାନ୍ତି ତ?” ମୁଣ୍ଡରେ ମୋର ଅସହ୍ୟ ଜ୍ୱାଳା ଆରମ୍ଭ ହୋଇ ଯାଇଥିଲା । ବିଚାର ସବୁ ଏ ପାଖ ସେ ପାଖକୁ ଅତି ତୀବ୍ରତ୍ତର ଗତିରେ ଘୂରୁଥିଲେ । ତାଙ୍କ ପ୍ରଶ୍ନ ମୁଁ ଶୁଣି ପାରୁ ନଥୁଲି । ଠିଆ ହେବା ଜାଗାରୁ ବୁଲି ପଛକୁ ଫେରିଲି । ପ୍ରଫେସରଙ୍କ ଅନୁମତିକୁ ଅପେକ୍ଷା ନ କରି ଦ୍ରୁତ ଗତିରେ ବାରଣ୍ଡାକୁ ଆସିଗଲି । ମୋ ପଛେ ପଛେ ପ୍ରଫେସର ବି ବାରଣ୍ଡାକୁ ଆସିଲେ, “ଆପଣ ମୋ ପ୍ରଶ୍ନର ଉତ୍ତର ଦେଲେନି ।” “ସାର୍, ମନୋଜ ମୋ ପୁଅ । ଯଦି ଲୁଚେଇବାର ଥାଆନ୍ତା, ମୁଁ ଆପଣଙ୍କ ପାଖକୁ ଦୌଡ଼ି ଆସି ନଥାନ୍ତି ।" ପ୍ରକୃତରେ ମୁଁ ଅସହ୍ୟ ଗରମ ଅନୁଭବ କରୁଥିଲି । ପ୍ରଫେସରଙ୍କୁ ମୁଁ ଭଲ ଭାବେ ଚାହିଁ ମଧ୍ଯ ପାରୁ ନଥୁଲି । ଆସିଲା ୧୩୨ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୩୩
ଦେଖଣା