ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
(ଦୁଇ) କାନ ପାଖରେ କିଛି ଶବ୍ଦ ଶୁଣି ମୋ ନିଦ ଆପଣାଛାଏଁ ଭାଙ୍ଗିଗଲା । ହୋଟେଲରେ ମୋତେ ଦିଆ ଯାଇଥିବା କୋଠରୀର ପଲଙ୍କ ଉପରେ ମୁଁ ଶୋଇଥିଲି । ଭିତରେ ଦିନର ଆଲୁଅ ବିଛେଇ ହୋଇ ପଡ଼ିଥିଲା । ବାହାର ପାଖେ ଥିବା କାଚ ଝରକାରେ ଝୁଲିଥିବା ପରଦା ଫାଙ୍କ ଦେଇ ଶରତର ଅଦିନିଆଁ ମେଘ ଭିତରୁ ଅବସାଦଗ୍ରସ୍ତ ସୂର୍ଯ୍ୟ ରଶ୍ମି କୋଠରୀ ଭିତରକୁ ପଶି ଆସୁଥିଲା । କାଲିର ଅନବରତ ଝଡ଼ି ବର୍ଷା ପରେ ଆଜି ପାଗ ଅପେକ୍ଷାକୃତ ଶୁଖୁଲା ଥିବା ବୋଧ ହେଉଥିଲା । ମୁଣ୍ଡ ପାଖରେ ହୋଟେଲ୍ର ଫୋନ୍ ବାଜୁଥିଲା । ଆସ୍ ଜଡ଼ିତ ତନ୍ଦ୍ରାକୁ ବଳପୂର୍ବକ ବାହାର କରି ଅଳସ ପାଟିରେ ଫୋନ୍ର ଉତ୍ତର ଦେଲି, “ହାଲୋ !” “ସାର୍, ମୁଁ ରିସେପସନରୁ କହୁଛି । ଆପଣଙ୍କ ପାଇଁ ଫୋନ୍ ଅଛି । ରିସିଭ୍ କରନ୍ତୁ ।" ଜଣେ ଅପରିଚିତର କଣ୍ଠ ଥିଲା, “ହାଲୋ !” “କିଏ, କାହାକୁ ଦରକାର?” ମୋତେ ଏଇଠି କିଏ ଚିହ୍ନି ଥାଇପାରେ? ପୋଲିସ ଅଫିସର କି? “ଆପଣଙ୍କ ସହ ହିଁ ମୋର କଥା ଥିଲା । ଆପଣଙ୍କ ପୁଅ ମନୋଜ ଜଣେ ନିହାତି ଅଭଦ୍ର ଶ୍ରେଣୀର ଲୋକ । ତା' ପାଇଁ ୧୩୪|ଶଙ୍ଖନାଦ