କଲେଜ ଭିତରେ ମିଛରେ ଏକ ଭଦ୍ରତାର ଭାବ ଚାଲିଛି । କିନ୍ତୁ ସେ ସେଥିପାଇଁ ଯୋଗ୍ୟ ନୁହେଁ । ସେ ଜଣେ ବ୍ଲାକ୍ମେଲର୍ । ବୁଝିଲେ, ବ୍ଲାକ୍ମେଲର୍ ।" ଶେଷ ପଦଟିକୁ ସେ ଟିକେ ବଡ଼ ପାଟିରେ କହିଥିଲେ । ମୁଁ ସେ କଥାର ବିନ୍ଦୁ-ବିସର୍ଗ କିଛି ବୁଝିବା ଆଗରୁ ଫୋନ୍ କଟି ଯାଇଥିଲା । କାଳେ ଲାଇନ୍ରେ କିଛି ଅସୁବିଧା ହେଉଛି ଭାବି, ମୁଁ ତିନି ଚାରି ଥର ‘ହାଲୋ' 'ହାଲୋ' କରିଥିଲି । କିଛି ଫଳ ମିଳି ନ ଥିଲା । ଫୋନଟି ରଗ୍ଦେଇ ଅପେକ୍ଷା କଲି କାଳେ ପୁଣିଥରେ ଫୋନ୍ ଆସିବ । ରିସେପସନ୍କୁ ଫୋନ୍ କରି କହିଥିଲି, “ମୋ ପାଖକୁ ଆସିଥିବା ଫୋନର ନମ୍ବର ମିଳି ପାରିବ? ସେ ନମ୍ବରଟି ମୋତେ ଦରକାର ।” “ଠିକ୍ ଅଛି ସାର, ମୁଁ ବାହାର କରି ଦେଇଥିବି ।” ଗତକାଲି ରାତିରେ ପୋଲିସ ଷ୍ଟେସନରେ ବିଶେଷ କିଛି ସମ୍ବାଦ ମିଳି ନ ଥିଲା । ଦାୟିତ୍ବରେ ଥିବା ଅଫିସର ନ ଥିଲେ ସେଠାରୁ ଫେରିଲା ପରେ ହୋଟେଲର ମୋ' କୋଠରୀରେ ଅନେକ ରାତିଯାଏଁ ମୁଁ ଶୋଇପାରି ନଥିଲି । ଅଞ୍ଜଳିଙ୍କୁ ଫୋନ୍ କରି ଏହି ଖବର ଦେବାର ସାହାସ ମୋ ପାଖରେ ନ ଥିଲା । ସେ ହିଁ ହୋଟେଲରେ ପହଞ୍ଚିଲା ପରେ ଫୋନ୍ କରିଥିଲେ, “କ'ଣ ହେଲା, କିଛି ଖବର ଦେଲନି । ତା'ର ଫୋନ୍ ବି ସୁଇଚ-ଅଫ୍ ଅଛି ।” ମୋ ଥଙ୍ଗିଲା ଥଙ୍ଗିଲା କଣ୍ଠର କଥାବାର୍ତ୍ତା ଶୁଣି ସେ କିଛି ଠଉରେଇ ନେଇଥିଲେ । କହିଲେ, “ବ୍ୟସ୍ତ ହୁଅନା । ନକହି କୁଆଡ଼େ ପଳେଇ ଯାଇଥବ । ଆଉ ଦିନେ ଦି' ଦିନ ଭିତରେ ତା'ର ଶଙ୍ଖନାଦ| ୧୩୫
ପୃଷ୍ଠା:Shankhanada.pdf/୧୩୬
ଦେଖଣା