Jump to content

ପୃଷ୍ଠା:Shankhanada.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଶ୍ଚୟ ଖବର ମିଳିଯିବ । ତମେ ସେଇଠି ଏକୁଟିଆ ରହନ୍ତି । ଏଇଠିକୁ ଚାଲିଆସ, ନ ହେଲେ ମୁଁ ତମ ପାଖକୁ ଆସୁଛି ।” ତତ୍‌କ୍ଷଣାତ୍‌ ମୁଁ ମନା କରି ଦେଇ ଥ୍ ଲି, “ ମୁଁ କା । ଲି କି ପଳେଇଯିବି । ତମକୁ ଆଉ ଏଇଠିକୁ ଆସିବା ଦରକାର ନାହିଁ ।” ଘରୁ ଯିଏ ଦିନେ ହେଲେ ବାବା, ମାମାଙ୍କୁ ନ ଜଣେଇ କୁଆଡ଼େ ହେଲେ ଯାଇ ନଥୁଲା, ଆଜି ଆମ ଅଜାଣତରେ, ସୁପରିଟେଣ୍ଡେଣ୍ଟଙ୍କ ବିନା ଅନୁମତିରେ ଚାରି ଦିନ ହେଲା ଫେରାର ଅଛି, ଏହା ମୋ ପକ୍ଷେ ବିଶ୍ଵାସ ଯୋଗ୍ୟ ନଥିଲା । ଅଞ୍ଜଳି ବି ଏ କଥା ନିଶ୍ଚୟ ହୃଦୟଙ୍ଗମ କରିପାରୁଥିବେ । ତଥାପି, ପ୍ରକୃତରେ ପୁଅର ନିଖୋଜ ଖବରକୁ ସେ ମଧ୍ୟ ବୋଧହୁଏ ଭଲ ଭାବେ ଗ୍ରହଣ କରି ପାରି ଥିଲେ । ଏକ ଅଜଣା ଭୟର ଶିହରଣରେ ମୁଁ ଭୟଭୀତ ହୋଇ ଉଠୁଥିଲି । ରାତିରେ ଶୋଇଲାବେଳେ ତା'ର ଏଆଈଟ୍ରିପଲ୍‌ଈର ଫଳାଫଳ ବାହାରିବା ଦିନର କଥା ମୋର ମନେ ପଡ଼ିଥିଲା । ରଜ-ସଙ୍କ୍ରାନ୍ତି ପରେ ପରେ ଦିନେ ୟୁନିଭରସିଟିରେ ଅଛି, ମୋ ମୋବାଇଲରେ ଅଞ୍ଜଳିଙ୍କ ଫୋନ୍ ଆସିଥିଲା, “ଶୁଣ, ଗୋଟେ ଭଲ ଖବର । ମନୋଜ ଏଆଈଟ୍ରିପଲ୍‌ରେ ପାଇ ଯାଇଛି ।" ମୁଁ ମୋ ପ୍ରକୋଷ୍ଠରେ ବସିଥିଲି । ଖବରଟା ଶୁଣୁ ଶୁଣୁ ମନରେ ଅଫୁରନ୍ତ ଆନନ୍ଦ ଖେଳିଗଲା, “କାହିଁ, ସେ କୁଆଡ଼େ ଗଲା? ସେ କାହିଁକି ମୋତେ ଫୋନ୍ କଲାନି?” ଅଞ୍ଜଳି ଫୋନ୍ ତାକୁ ଦେଇଥିଲେ । ମନୋଜ କହିଥିଲା, “ବାବା, ଆଇଆଇଟିରେ ମିଳିବନି ।” “ହଉ, କିଛି ନ ହେଲେ ଭଲ କଲେଜରେ ମିଳିଯିବ । ଯାହା ୧୩୬ ଶଙ୍ଖନାଦ