ହେଲା ଠିକ୍ ହେଲା, ବ୍ୟସ୍ତ ହେ'ନା । କଂଗ୍ରାଚୁଲେସନ ।” କହିବାକୁ ସିନା ମୁଁ କହିଦେଲି, କିନ୍ତୁ ମୁଁ ମନୋଜର ଉଚ୍ଚ ଅଭିଳାଷକୁ ଜାଣିଥିଲି । ସହଜରେ ସନ୍ତୁଷ୍ଟ ହେବା ପିଲା ନୁହେଁ ସେ । ସାଙ୍ଗେ ସାଙ୍ଗେ ଯାଇ ଘରେ ପହଞ୍ଚିଥିଲି । ତା'ର ଉଦାସ ମନକୁ ମାରିବା ପାଇଁ ଆମେ ସମସ୍ତେ କାର୍ରେ ଗୋଟିଏ ଯାତ୍ରା ନିମନ୍ତେ ସ୍ଥିର କରିଥିଲୁ । ସେଦିନ ଏମିତି ହିଁ ବର୍ଷାପାଗ ଥିଲା । ଓଡ଼ିଶା ମାଟିରେ ମୌସୁମୀର ପ୍ରଥମ ସ୍ପର୍ଶର ଝିପିରି ଝିପରି ବର୍ଷାରେ ଆମେ ବାହାରିଥିଲୁ । ବ୍ରହ୍ମପୁରରୁ ଭୁବନେଶ୍ବର, ଭୁବନେଶ୍ବରରୁ କୋଣାର୍କ ଦେଇ ପୁରୀ । ମୋଟ୍ରେ ଦୁଇ ଦିନିଆ ପ୍ରୋଗ୍ରାମ୍ ଥ୍ଲା । କାର୍ ମୁଁ ନିଜେ ଚଲଉଥ୍ଲି । ଆଗରେ ଅଞ୍ଜଳି । ପଛରେ ମୀନୁ ଓ ସେ, ଭାଇ ଭଉଣୀ ଦୁହେଁ, ବସିଥିଲେ । ମନୋଜର ଉଦାସୀ ମନରେ କିଛି ଅନ୍ତର ଆସିଥିଲା । ତାହା ପୁଣି, ତା'ର ବଡ଼ ଭଉଣୀ ସରୋଜର ଫୋନ୍ ପରେ । ସରୋଜ କହିଥିଲା, “ବୁଝିଲୁ ବାପା, ତୋ’ ଭିଣୋଇ ଏ ଖବର ଶୁଣି ବେଶି ଖୁସୀ । ଦୁଇଥର ଚେଷ୍ଟାରେ ତାଙ୍କୁ ବୁର୍ଲାରେ ସିଟ୍ ମିଳିଥିଲା । ତୋର ତ ପ୍ରଥମ ଥରରେ ନିଟ୍ରେ ମିଳିଗଲା । ଖୁସି ହୋ ।” ଜାତୀୟ ରାଜପଥର କଳା ମଚମଚିଆ ଦୁଇ ଥାକିଆ ରାସ୍ତା ଉପରେ ମୋ କାର୍ ତା' ସାମନାରେ ଆସୁଥିବା ବଡ଼ବଡ଼ ଗାଡ଼ିଗୁଡ଼ିକୁ କାଟି କାଟି ଆଗକୁ ବଢ଼ୁଥିଲା ମନୋଜ ପୁଲକିତ ହୋଇ ଉଠୁଥିଲା, "ମୋ ମୁଁ ଗାଡ଼ି ଶିଖ୍ । ତମେ କାର ଚଲେଇବା । ପଛରେ ବସିଥିବା ଶେଷବର୍ଷରେ ବାବା, ଦେଖିଲେ ମୋତେ ବହୁତ ଖୁସି ଲାଗୁଛି । ଚଲେଇବା ପାଇଁ ଇଛା ବି ହେଉଛି ।" ମୀନୁ କହିଥିଲା, “ପାଠ ସରୁ ସରୁ ଭାଇ ଗାଡ଼ି ଶିଖ୍ବ, ଗାଡ଼ି ଶଙ୍ଖନାଦ| ୧୩୭
ପୃଷ୍ଠା:Shankhanada.pdf/୧୩୮
ଦେଖଣା