କିଣିବ, ମୋଟା ଅଙ୍କର ଦରମା ପାଇବ ନା, ସେଥିପାଇଁ ।" ତା' କଥାକୁ ମନୋଜ କାଟିଥିଲା, “ଆରେ ନାଇଁ, ମୋ ଟାର୍ଗେଟରେ ଆଇଆଇଏମ୍ର ଏମ୍.ବି.ଏ ଅଛି । ତା’ ପରେ ଗାଡ଼ି କିଣିବି । ଦେଖିବୁ, ବାବାଙ୍କଠୁଁ ଗୋଟେ ବଡ଼ ଗାଡ଼ି କିଣିବି ।” ସ୍ବାଭାବିକ ଢଙ୍ଗରେ ମୀନୁ ମୁହଁ ଫୁଲେଇଥିଲା, “ହଁ, କିଣି ତ ନିଶ୍ଚୟ ପାରିବ, ଏଥରେ ଦେଖୁବାର କ'ଣ ଅଛି?” ସାନ ଭଉଣୀର ମୁହଁ ଫୁଲା ଦେଖ୍ ମନୋଜ କହିଥିଲା, “ଆଉ ସେଥିରେ ପ୍ରଥମେ ମୋ ମୀନୁ ବସିବ, ଠିକ ଅଛି?" କାର୍ର ଦର୍ପଣରେ ମୁଁ ମୀନୁର ଓଠରେ ଚେନାଏ ହସକୁ ଦେଖୁ ପାରିଥିଲି । ସେମାନଙ୍କ କଥାରେ ପୂର୍ଣ୍ଣଛେଦ ପକେଇବା ପାଇଁ ଅଞ୍ଜଳି ପାଟି କରି ଉଠିଥିଲେ, “ମୂଳରୁ ବା’ ହେଇନି, ପୁଅର ନାଁ ରଖା ହେଇଗଲାଣି । ଆଉ କିଛି ନାହିଁ କି’ରେ ତମ ଦି' ଜଣଙ୍କର କଥା ହେବା ପାଇଁ ।” ବର୍ଷାଜଳ ପ୍ଲାବିତ ରାସ୍ତା ଉପରେ ଦୃଷ୍ଟି ନିବଦ୍ଧ ରଖ୍ କାରର ଗତି ପାଇଁ ଧ୍ୟାନ ଦେଲାବେଳେ ମନୋଜର ଦୃଢ଼ ନିଶ୍ଚୟ ନିମନ୍ତେ, ତା'ର ଦୃଢ଼ ସଂକଳ୍ପ ନିମନ୍ତେ ମୁଁ ନିଶ୍ଚିନ୍ତ ଥିଲି! ଆଉ ଆଜି? ସେ ନିଶ୍ଚୟ, ସଂକଳ୍ପ ସବୁ ଏକ ସ୍ବପ୍ନ, ପ୍ରହେଳିକା ପାଲଟି ଯାଇଛି । ଅଜଣା ବ୍ୟକ୍ତିଙ୍କର ଫୋନ୍ ଆସିଲା ପରଠୁଁ ମୋର ନିତ୍ୟକର୍ମ ସ୍ବୟଂମେବ ହୋଇ ଚାଲିଥିଲା । କେତେବେଳେ କ'ଣ କରିଥିଲି, ମୋର ସଠିକ କିଛି ମନେ ନାହିଁ । ମନୋଜ ସମ୍ବନ୍ଧରେ ଗୋଟିଏ ପରେ ଗୋଟିଏ ଭୁଲରେ ବି ଭାବି ନ ଥିବା ଦୁଃସମ୍ବାଦ ଶୁଣିଲା ପରେ ଶରୀରସାରା ତରଙ୍ଗାକୃତିରେ ଖେଳି ଯାଇଥିବା ଦଗ୍ଧଭୂତ ୧୩୮ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୩୯
ଦେଖଣା