ମନ ଗତ ରାତି ଅପେକ୍ଷା ଅଧିକ ଅସ୍ଥିର ହୋଇ ଉଠିଥିଲା । ରିସେପସନ୍ରେ ଚାବି ଦେଲାବେଳେ ପଚାରିଲି, “ମୁଁ କହିଥିବା ଫୋନ୍ ନମ୍ବର ରଖୁଛ?” ମୋତେ ସଙ୍ଗେ ସଙ୍ଗେ ମୋ ରୁମ୍ର କଲ୍ ବିବରଣୀ ଥାଇ କମ୍ପ୍ୟୁଟର ଛାପାଟି ମିଳିଗଲା । ହୋଟେଲର ଏ ପ୍ରକାର ଯୋଗାଡ଼ ଫଳରେ ମୁଁ ଆଶ୍ବସ୍ତି ଅନୁଭବ କଲି । ଏହି ପ୍ରାମାଣିକ ତଥ୍ୟଟି ପୋଲିସ୍ର ବହୁତ ଦରକାରରେ ଆସିବ । ହୋଟେଲ ବାହାରେ ଗତକାଲିର ସେହି ଟ୍ୟାକ୍ସି ଡ୍ରାଇଭର ମୋତେ ଅପେକ୍ଷା କରିଥିଲେ । ଯଦିଓ, ମେଘ ଆକାଶ ବକ୍ଷ ଛାଡ଼ି ନ ଥିଲେ, ତଥାପି ପାଗ ଶୁଖୁଲା ଥିଲା । ଟ୍ୟାକ୍ସିରେ ବସିଲି, “ଇଞ୍ଜିନିୟରିଂ କ୍ୟାମ୍ପସକୁ ଯିବା, ଚାଲ ।” ହୋଟେଲରୁ କଲେଜ ଖୁଆଡ଼ ପାଞ୍ଚ କିଲୋମିଟରରୁ ଅଧ୍ଵ ହେବ । ସହରର ପିଚୁ ରାସ୍ତା ଉପରେ ଆମ ଗାଡ଼ି ଦୌଡ଼ୁ ଦୌଡ଼ୁ ମୋ ମନରେ ଅନବରତ ଖରାପ ଭାବନା ଗୁଡ଼ିକ ଏଣେତେଣେ ପଇଁତରା ମାରୁଥିଲେ ତାକୁ ଭାଙ୍ଗି ଡ୍ରାଇଭରଙ୍କ ପ୍ରଶ୍ନ ମୋ କାନରେ ଆସି ପଡ଼ିଲା, “ସାର୍, କିଛି ଅସୁବିଧା ହେଲା କି?” କାଲିଠୁଁ ମୋର କଲେଜ ଛାତ୍ରାବାସ, ପୋଲିସ୍ ଷ୍ଟେସନ ଆଦି ଧାଁ-ଦୌଡ଼ ଦେଖ୍ ତାଙ୍କର ବି କୌତୁହଳ ଜାତ ହେଉଥିଲା । ତାହା ତ ସ୍ବାଭାବିକ ଥିଲା । ବାଧ୍ୟ ହୋଇ ମୁଁ କହିଲି, “ମୋ ପୁଅ ଏଇଠି ପଢୁଥିଲା । ଚାରି ଦିନ ହେଲା ଦେଖା ଯାଉନି ।” “ମୁଁ କିଛି କହିବି, ଖରାପ ଭାବିବେନି ସାର ।” “କୁହ ।” ମୁଁ ସମର୍ପିତ କଣ୍ଠରେ କହିଲି । ମୁଁ ଜାଣି ପାରୁ ନଥ୍ଲି ସେ କ'ଣ କହିବେ । ବୈଷୟିକ ଶିକ୍ଷା ଶଙ୍ଖନାଦ| ୧୩୯
ପୃଷ୍ଠା:Shankhanada.pdf/୧୪୦
ଦେଖଣା