ନିମନ୍ତେ ଓଡ଼ିଶାରେ ଥିବା ହାତ ଗଣତି ଉଚ୍ଚମାନର ଶିକ୍ଷାନୁଷ୍ଠାନମାନଙ୍କ ଭିତରୁ ଇଏ ଅନ୍ୟତମ ଥିଲା । ଏଇଠି ପଢୁଥିବା ଶିକ୍ଷାର୍ଥୀମାନେ ବଜାର-ବାଟରେ ବାରି ହୋଇ ପଡ଼ନ୍ତି । ହାତିରେ ଉତ୍କୃଷ୍ଟମାନର ମୋବାଇଲ, ପିଠିରେ ଲେପ୍ପ ବ୍ୟାଗ, ଟୁପ୍ଟାପ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତା ଏମାନଙ୍କୁ ଅନ୍ୟମାନଙ୍କ ଭିତରେ ଅଲଗା କରି ଚିହ୍ନେଇ ଦେଇଥାଏ । ହୁଏତ ସେ ମନୋଜକୁ କେଉଁଠି ଦେଖୁଥାଇ ପାରନ୍ତି । ପକେଟରୁ ମୋ ପର୍ସ ବାହାର କରି ସେଥିରେ ଥିବା ଗୋଟିଏ ଗ୍ରୁପ୍ ଫୋଟ ଆଗକୁ ଝୁଙ୍କିପଡ଼ି ତାଙ୍କୁ ଦେଖେଇଲି । ମନୋଜର ଫୋଟ ଉପରେ ଆଙ୍ଗୁଠି ରଖ୍ କହିଲି, “ଇଏ ମୋ ପୁଅ । କେବେ ଦେଖୁଛ? ଟିକିଏ ମନେ ପକାଅ ତ ।” ଗାଡ଼ି ଚଳାଉ ଚଳାଉ ସେ ଫୋଟ ଉପରେ ନଜର ଦେଲେ, “ମୋତେ ଏମାନେ ସମସ୍ତେ ଏକା ଦେଖା ଯାଆନ୍ତି, ସାର୍ । ତେବେ, ମୋତେ ଫୋଟ ଦେଇଥି, ମୁଁ ଟ୍ୟାକସି ଷ୍ଟାଣ୍ଡରେ ୟାକୁ ଦେଖେଇବି ।” 9 ମୋ ମୋବାଇଲରେ ମନୋଜର ଫୋଟ ଥିଲା । ତତ୍କ୍ଷଣାତ୍ ପର୍ସରୁ ଫୋଟ ବାହାର କରି ମୁଁ ତାଙ୍କ ହାତକୁ ବଢ଼େଇଦେଲି । ତାକୁ ସେ ପକେଟରେ ରଖ୍ ଆଗକୁ ଦେଖ୍ ଗାଡ଼ି ଚଳାଉ ଚଳାଉ କହିଲେ, “ମୁଁ କିଛି ଅଲଗା କଥା କହୁଥୁଲି ସାର୍ । ଏଇଠି ବହୁତ ଜଣଙ୍କୁ ମୁଁ ନିଶା କରିବାର ଦେଖୁଛି । ମାଲ୍ ନୁହେଁ ସାର, ସେଇଟା ତ ସମସ୍ତଙ୍କର ଆଜିକାଲି କମନ୍ ହେଲାଣି । ମୁଁ ଡ୍ରଗ୍ କଥା କହୁଛି ସାର । ସେମିତି କିଛି ଅଭ୍ୟାସ ତାଙ୍କର ଥିଲା କି?” ମନେ ମନେ ମୁଁ ତାଙ୍କ କଥାରେ ଭୟ ପାଇଗଲି । କିଛି କହି ପାରିଲିନି । ପାଟି ମୋର ଜାଡୁ ବାନ୍ଧି ଦେଲା । ଅନ୍ଧାର ଗର୍ଭ ଭିତରର ଅଦୃଶ୍ୟ ବିଷଧର ଠୁଁ ବି ଅଧିକ ଭୟଙ୍କର ଥିଲା ସେହି ଆଶଙ୍କା । ୧୪୦ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୪୧
ଦେଖଣା