Jump to content

ପୃଷ୍ଠା:Shankhanada.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଲେଜ ଖୁଆଡ଼ଯାଏଁ ମୁଁ ଚୁପଚାପ ବସି ରହିଥୁଲି । ଯଦିଓ ମୋ ହୋଟେଲ ପାଖରେ ପାଗ ଶୁଖୁଲା ଥିଲା, ତଥାପି କଲେଜ ପାଖରେ ଅସରାଏ ବର୍ଷା ହୋଇ ଛାଡ଼ି ଯାଇଥିଲା । ଗତକାଲି ରାତିର ହଷ୍ଟେଲ ଯିବାବେଳେ ଉଠିଥ‌ିବା ମୋର ଅତ୍ୟାଗ୍ରହ, ଆଜି କଲେଜ କୋଠାରେ ପ୍ରବେଶ କଲାବେଳେ ନ ଥିଲା । ମୋର ବୋଧ ହେଉଥ୍ଲା, ମୋ ଉପରେ ନିବଦ୍ଧ ଶହଶହ ଦୃଷ୍ଟି ଯେମିତି କହି ଉଠୁଛନ୍ତି, “ଦେଖ ଦେଖ ! ଇଏ ସେହି ମନୋଜର ବାପା, ଯିଏ ଚାରି ଦିନ ହେଲା ନିରୁଦ୍ଧିଷ୍ଟ ଅଛି ।” ତଥାକଥ୍ତ ଅହେତୁକ ଅପଦସ୍ତ ଗ୍ରସ୍ତ ଭାବ ଯୋଗୁଁ ଟ୍ୟାକ୍ସିରୁ ଓହ୍ଲାଇ ବହୁ କଷ୍ଟରେ ମୁଁ ପ୍ରଫେସରଙ୍କ ରୁମ୍ ଭିତରକୁ ଯାଇ ପାରିଥିଲି । ପରେ ସେଠାରୁ ତାଙ୍କୁ ଧରି ଡାଇରେକ୍ଟରଙ୍କ ପାଖକୁ । ଶଙ୍ଖନାଦ | ୧୪୧