Jump to content

ପୃଷ୍ଠା:Shankhanada.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ତିନି) ସେହି ବିଲିଂ ଛାଡ଼ି ଆଗରେ ଥ‌ିବା ଅନ୍ୟ ଏକ ବିଲିଂ ଭିତରେ ଡାଇରେକ୍ଟରଙ୍କ କୋଠରୀ । ତଳ ତାଲାର ଲମ୍ବା କରିଡର ଅତିକ୍ରମ କରି ଶେଷମୁହଁରେ ଥ‌ିବା ଅପେକ୍ଷାକୃତ ଓସାରିଆ ହଲ୍ ଭିତର କାନ୍ଥ ମୋଟା କାଚର । ଲମ୍ବା ଲମ୍ବା ପରଦାମାନ ଓହଳା ଯାଇଛି । ଲମ୍ବା- ଓସାରିଆ ଭବ୍ୟ ସୋଫା, ବେଲଜିଅମ କାଚର ଗ୍ଲାସ, ଟିକ୍-କାଠର ଚା’ ପିଆ ମେଜ, ସୁଗନ୍ଧିତ ପରିବେଶ । ମୋଟ ଉପରେ ଓଡ଼ିଶାର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଇଂଜିନିୟରିଂ କଲେଜ ଭାବେ ଆଗନ୍ତୁକଙ୍କ ପାଇଁ ଅତୀବ ଆକର୍ଷଣୀୟ ସ୍ବାଗତ କକ୍ଷ ଥିଲା । ପରଦା ଆଡ଼େଇ ଆମେ ଭିତରେ ପଶିଲୁ । ଭିତରେ ପଶୁ ପଶୁ ଦ୍ବାର ପାର୍ଶ୍ଵରେ ଟଙ୍ଗା ଯାଇଥିବା କାଚ ଆବରଣରେ ଆବଦ୍ଧ ଗୋଟିଏ ଫୋଟଚିତ୍ର ଉପରେ ମୋ ଧ୍ୟାନ ଯାଇଥିଲା । କ୍ଷଣକ ପାଇଁ ମୁଁ ସେଇଠି ଅଟକି ଯାଇ ତାକୁ ଦେଖିବାରେ ଲାଗିଥିଲି । ଫୋଟ ଚିତ୍ର ମନୋଜର ଥିଲା । ତା' ଉପରେ ଶୀର୍ଷକ ଥିଲା – ଏ ବର୍ଷର ଶ୍ରେଷ୍ଠ ଛାତ୍ର । ଏହି ବର୍ଷ କଲେଜ ଖୋଲିଲା ପରେ ଏଠାକୁ ଆସୁ ଆସୁ ମନୋଜର ଫୋନ୍ ଯାଇଥ୍ଲା, “ବାବା, ଗୁଡ଼୍ ନିଉଜ୍ । ମୁଁ ଏ ବର୍ଷର ଶ୍ରେଷ୍ଠ ଛାତ୍ର ବଛା ହେଇଛି । ପ୍ରାଇଜ୍‌ ମିଳିନି । କଲେଜ ଆନୁଏଲ୍ ଡେ'ରେ ଦିଆଯିବ ।” ପୁଣି ଆଉଥରେ ଘରେ ହର୍ଷର ପରିବେଶ ଥିଲା । ସରୋଜ ଫୋନ୍ କରିଥିଲା, “ବାବା, ଶୁଣିଲଣି? ମନୋଜ ଶ୍ରେଷ୍ଠ ଛାତ୍ର ।” ୧୪୨ । ଶଙ୍ଖନାଦ