Jump to content

ପୃଷ୍ଠା:Shankhanada.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

ଇଲିଆନସ୍‌ରୁ ତା' ମାମୁଁ ଫୋନ କରିଥିଲେ, “ଭାଇନା ଶୁଣିଲଣି, ମନୋଜ ଏ ବର୍ଷର ଶ୍ରେଷ୍ଠ ଛାତ୍ର ।” କ'ଣ ହେଲା ମନୋଜର? କୁଆଡ଼େ ଗଲା ସେ? କୁଆଡ଼େ ଗଲା ତା'ର ଶ୍ରେଷ୍ଠତାର ପ୍ରଦର୍ଶନ? ମୋତେ ଦ୍ବାର ମୁହଁରେ ଅଟକି ଯାଇଥିବାର ଦେଖ୍ ପ୍ରଫେସର ପଛକୁ ଫେରିଲେ । ମୋ କାନ୍ଧରେ ହାତ ରଖିଲେ । ସହାନୁଭୁତିର ସ୍ବରରେ କହିଲେ, “ଆସନ୍ତୁ, ଭିତରକୁ ଯିବା ।” ଡାଇରେକ୍ଟର ଅପେକ୍ଷାକୃତ ଜଣେ ଶାନ୍ତ, ଭଦ୍ର ଆଚରଣର ପୌଢ଼ ବ୍ୟକ୍ତି ଥିଲେ । ମୋ ପରିଚୟ ପାଇ କହିଲେ, “ପୋଲିସ୍ ଇନ୍ସପେକ୍ଟର ଆସୁଛନ୍ତି । କାଲି ଆମ ଉପସ୍ଥିତିରେ ତା’ କୋଠରୀର ତାଲା ଭଙ୍ଗାଯାଇ ଯାହା ବାହାରିଛି, ତାକୁ ସିଜ୍ କରି ନେଇଛନ୍ତି । ସେ ଆସି ଆପଣଙ୍କୁ କହିବେ ।" କିଛି ସମୟ ପରେ ଇନ୍ସପେକ୍ଟର ଆସିଲେ । ଆମକୁ ଦେଖୁ ଦେଖୁ କହିଲେ, “ଆମ ମୋବାଇଲ ଟ୍ରାକିଂରେ କିଛି ସଫଳତା ମିଳୁନି । ବାରମ୍ବାର ସୁଇଚ୍ ଅଫ୍ ଦେଖଉଛି ।” ମୋତେ ଚାହିଁ କହିଲେ, “ଖଟ, ଶେଯ, ଚେୟାର, ଟେବୁଲ ବ୍ୟତୀତ ଟେବୁଲ ଉପରେ ଲାପ୍‌ଟପ୍ ଓ ତଳେ ଜୋତା ଥିଲା । ଖଟ ଉପରେ ସାର୍ଟ-ପେଣ୍ଟ ପଡ଼ିଥିଲା । ଆଉ ସବୁ କିଛି ଗତାନୁଗତିକ ଭାବରେ ରହିଥିଲା । ଯାହା ସବୁଠୁ ଖରାପ, ତାହା ଥିଲା ତା’ ସୁଟକେଶ୍ ଭିତରୁ ବାହାରିଥିବା କିଛି ନାଲି, ନେଳି ରଙ୍ଗର ଔଷଧ କେପସୁଲ୍ । ଗୋଟିଏ ବ୍ୟାଙ୍କ୍ ଲକର୍ ଚାବି ଓ ଜଣେ ସୁନ୍ଦରୀ ତରୁଣୀର ଫୋଟ, ଏଠାକାର ଏକ ନାଇଟ କ୍ଲବ୍‌ରେ ନାଚ କରେ ।” ଶୁଣୁ ଶୁଣୁ ମୋ ମୁଣ୍ଡରେ ଟ୍ୟାକ୍ସି ଡ୍ରାଇଭର କହିଥ‌ିବା କଥା ମନେ ପଡ଼ିଗଲା । ଶିହିରି ଉଠିଲି ମୁଁ । ମନୋଜ ଡ୍ରଗ୍ ବ୍ୟବହାର ଶଙ୍ଖନାଦ । ୧୪୩