Jump to content

ପୃଷ୍ଠା:Shankhanada.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରୁଥୁଲା? କାହିଁ, କେବେ ତ ତା' କଥାବାର୍ତ୍ତାରେ ଜଣା ପଡୁ ନଥିଲା । ସେଥୁରେ ପୁଣି ଲକର୍, ଜଣେ ନାଚବାଲୀର ଫୋଟ? ଫୋଟକୁ ଦେଖେଇ ଇନ୍ସପେକ୍ଟର କହିଲେ, “ଇଏ ସେଇ ଫୋଟ । ତା’ ସହ ଆପଣଙ୍କ ପୁଅର ବନ୍ଧୁତା ଥ‌ିବା କଥା ଆପଣଙ୍କୁ କିଛି କହିଛି କି?” ଉତ୍ତର ପ୍ରଫେସର ଦେଇଥିଲେ, “ଗଲା ବର୍ଷ ଆମ କଲେଜ ଡ୍ରାମାରେ ୟାକୁ ଡକା ଯାଇଥିଲା । ଲିଡ଼ିଙ୍ଗ ରୋଲରେ କିଏ ନ ମିଳିବାରୁ ।” ଗଲା ବର୍ଷର ଡ୍ରାମା ବିଷୟରେ ସେ ଘରେ କଥା ହୋଇଥିଲା । କିନ୍ତୁ, ତାର ନାୟିକା ସହ ଯେ ସେ ସମ୍ପର୍କ ରଖୁଛି ସେ ବିଷୟ ମୁଁ ଜାଣି ନ ଥିଲି । ମୁଁ ଇନ୍ସପେକ୍ଟରଙ୍କ ଅନ୍ୟ ତଥ୍ୟ ଉପରେ ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ ଦେଇ ପାରି ନ ଥିଲି । ତାଙ୍କ ଓ ପ୍ରଫେସରଙ୍କ ପ୍ରଶ୍ନବାଚୀ ନୟନର ସାମ୍ନା କରିବାକୁ ସୁଦ୍ଧା ମୋ ମନରେ ସାହାସ ନ ଥିଲା । ହୋଟେଲରୁ ଆଣିଥିବା ଫୋନ ନମ୍ବରକୁ ମୁଁ ତାଙ୍କୁ ଦେଖେଇଥ୍ଲି । ମୋତେ ଫୋନ କରି ଯାହା କୁହା ଯାଇଥିଲା, ତାକୁ ବି କହିଲି । ମୋ ହାତରୁ କାଗଜକୁ ନେଇ ସେ କିଛି ସମୟ ଦେଖ‌ିଲେ । ପରେ କିଛି ମନେ ପଡ଼ିଲା ଭଳି ଡାଇରେକ୍ଟରଙ୍କୁ ଚାହିଁ କହିଲେ, “ଇଏ ଆପଣଙ୍କ ଅଫିସ ନମ୍ବର ।” ଡାଇରେକ୍ଟର ସେ କାଗଜକୁ ନେଇ ଦେଖ‌ିଲେ ଓ ଆଶ୍ଚର୍ଯ୍ୟ ହୋଇ ସ୍ଵଗତୋକ୍ତି କଲେ, “ମୋ ଅଫିସ ନମ୍ବରରୁ ଫୋନ?” ଇନ୍ସପେକ୍ଟର ତାଙ୍କୁ କହିଲେ, “ଏବେ ଆପଣଙ୍କ ଅଫିସ ମଧ୍ଯ ୧୪୪ । ଶଙ୍ଖନାଦ