ମୋ ତଦନ୍ତ ପରିସରକୁ ଆସିଗଲା ।” ପୁଣି ମୋତେ ଚାହିଁ କହିଲେ, “ଆପଣ ହଠାତ୍ ଯିବେନି । ଡ୍ରଗ୍ଧ ବାହରିଛି, ଅର୍ଥ କିଛି ଗୁରୁତ୍ତର । ଲକର୍ ଖୋଲିଲା ବେଳେ ଆପଣଙ୍କ ଉପସ୍ଥିତି ଦରକାର ପଡ଼ିପାରେ । ଆମେ ମାଜିଷ୍ଟ୍ରେଟଙ୍କ ଅନୁମତି ଆଣି ଲକର ଖୋଲିବୁ ।” ମୋ ଅବସ୍ଥା ଜଣେ ଘଟଣାସ୍ଥଳରେ ଧରା ପଡ଼ି ଯାଇଥିବା ଚୋର ଭଳି ଥିଲା । ପ୍ରଫେସରଙ୍କ, ଡାଇରେକ୍ଟରଙ୍କ ମୁହଁର ରଙ୍ଗ ବି ବଦଳି ଯାଇଥିଲା । ଧକ୍କା ଉପରେ ଧକ୍କା ଆମମାନଙ୍କ ବିଶ୍ବାସରେ ଆସି ବାଜୁଥିଲା । ଆମ ପାଟିରେ ଭାଷା ନ ଥିଲା । କେମିତି ଥାଆନ୍ତା? ତୃତୀୟ ବର୍ଷର ଶ୍ରେଷ୍ଠ ଛାତ୍ର ଚତୁର୍ଥ ବର୍ଷରେ ଯେ ନକାରାତ୍ମକ ସ୍ଥିତିକୁ ଆସିଯିବ, କିଏ ଅବା ବିଶ୍ବାସ କରି ପାରିବ? ଡାଇରେକ୍ଟର ତାଙ୍କୁ ଅନୁରୋଧ କରୁଥିଲେ, “ଦୟାକରି ଏ ବିଷୟରେ କାହାକୁ କିଛି କହିବେନି । କଲେଜର ପ୍ରତିଷ୍ଠାର ପ୍ରଶ୍ନ ।” ଇନ୍ସପେକ୍ଟର ତାଙ୍କ କଥାର କିଛି ଉତ୍ତର ନ ଦେଇ ଉଠି ଠିଆ ହେଲେ । ତାଙ୍କ ଯିବାପରେ ସେମାନଙ୍କଠାରୁ ବିଦା ନେଇ ମୁଁ ହଷ୍ଟେଲ ମୁହାଁ ହେଲି । ଟ୍ୟାକ୍ସିରୁ ଓହ୍ଲାଉଛି, ସିଡ଼ିର ଉପର ମୋଡ଼ରେ ପୁଣି ସେହି ଚେହେରା ମୋତେ ଦେଖାଗଲା । କିଏ ଜଣେ ଉଙ୍କି ମାରି ମୋତେ ଦେଖୁଥିଲା । ଆଜି ଆଉ ମୁଁ ତାକୁ ଉପେକ୍ଷା କରି ପାରିଲିନି । ହଷ୍ଟେଲ ଭିତରକୁ ଗଲି । ସିଡ଼ି ଚଢ଼ି ମନୋଜର କୋଠରୀ ଆଡ଼େ ପୁଣି ଅଗ୍ରସର ହେଲି । ସିଡ଼ି ଶେଷରେ ଜଣେ ଠିଆ ହୋଇଥିଲେ । ପତଳା ଚେହେରା, ଗୋଜିଆ ନାକ, କୁଞ୍ଚି କୁଞ୍ଚି ବାଳ । ବଡ଼ ବଡ଼ ଆଖ୍ । ମୋତେ ହଠାତ୍ ପାଖରେ ପାଇ ହତଭମ୍ବ ହେଇଗଲା ଭଳି ଅନୁଭବ ହେଲା । ଶଙ୍ଖନାଦ | ୧୪୫
ପୃଷ୍ଠା:Shankhanada.pdf/୧୪୬
ଦେଖଣା