କହିଲି, “ମୁଁ ମନୋଜର ବାପା । କିଛି କହିବ କି ତମେ ତା’ ବିଷୟରେ?" ମୁଣ୍ଡ ହଲେଇ ମନା କରି ଦେଇ ସେ ତା' କୋଠରୀ ଭିରେ ପଶିଗଲା । କବାଟ ବନ୍ଦ କରିବାକୁ ସେ ସୁଯୋଗ ପାଇଲାନି । ପଛେ ପଛେ ମୁଁ ପଶିଲି । ସେହି ଜଣକିଆ କୋଠରୀ । ଇତସ୍ତତଃ ବିଞ୍ଛାଡ଼ି ହୋଇ ପଡ଼ିଥିବା ଆସବାବ ପତ୍ର । କିଛି ଉପାୟ ନ ଦେଖ୍ ପିଲାଟି ମୋତେ ଚୌକି ଦେଲା ବସିବା ପାଇଁ । ନିଜେ ଖଟରେ ବସିଲା । କିଛି ନ କହି ମୁଣ୍ଡ ତଳକୁ କରି ରହିଲା । ମୁଁ ହିଁ ଆରମ୍ଭ କଲି, “ତମେ ଯଦି କିଛି ଜାଣିଛ, ମୋ ସହ ସେୟାର୍ କର । ତମ କଥା ଆମକୁ ତାକୁ ଖୋଜିବା ପାଇଁ ସାହାଯ୍ୟ କରିବ ।” ସେ ରହି ରହି କହିଲା, “ପୋଲିସ୍ ମୋତେ ଧରିବ ।” “ମୁଁ ତମ ନାଁ କହିବିନି । ତମେ ମୋତେ କୁହ ।” “ମନୋଜ ଡ୍ରଗ୍ ବିକୁଥିଲା ।” କିଛି କ୍ଷଣ ପାଇଁ ଭୁଲି ଯାଇଥିବା କଥା ମୋ ମାନସ ପଟଳରେ ଆଉଥରେ ସେ ମନେ ପକେଇ ଦେଇଥିଲା । ହଠାତ୍ ମୁଁ କିଛି କହି ପାରିଲିନି । ମୋତେ ଚୁପ୍ ରହିଯାଇ ଥିବାର ଦେଖ୍ ସେ ପୁଣି କହିଲା, “ଇଏ ମୋ'ପାଇଁ ଅତି ଆଶ୍ଚର୍ଯ୍ୟ ଥିଲା । ମୁଁ ଦିନେ ଦେଖୁଥିଲି । ସେ ଜଣେ ଲୋକାଲ୍ ଟୋକା ସହ କିଛି ଦିଆନିଆ କରୁଥିଲା । ମୋତେ ଦେଖ୍ ଦୁହେଁ ଚୁପ୍ ହେଇ ଯାଇଥିଲେ । ତା' ପରେ ଦିନେ ମୁଁ ସ୍ପଷ୍ଟ ଦେଖିଲି, ତାକୁ ସେହି ଡ୍ରଗ୍ଧ ଯୋଗାଉ ଏଇ କଲେଜର ଜଣେ ଜୁନିୟରକୁ । ଆପଣ କିନ୍ତୁ ପୋଲିସ୍ କୁ ମୋ କଥା କହିବେନି । ମୋ କ୍ୟାରିୟର ନଷ୍ଟ ହୋଇଯିବ ।” ୧୪୬ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୪୭
ଦେଖଣା