ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଏହି କଲେଜରେ ଡ୍ରଗ୍ଧ କାରବାର ଚାଲିଛି? ସବୁ ନୂଆ ନୂଆ ତଥ୍ୟ ମୋ ମୁଣ୍ଡ ଭିତରେ ଆସି ପଶୁଥିଲା । ମୋତେ ତା' ନାଁ ବି ପଚାରିବାକୁ ଇଛା ହେଲାନି । ଛି, ନିହାତି ଭୟାଳୁ ପିଲାଟା । ମୋ ହୃଦୟ ମାନୁ ନ ଥିଲା । ମିଳୁଥିବା ତଥ୍ୟ ଶୁଣି ମୋ ମୁଣ୍ଡ ଭିତରଟା ଗୋଳେଇ ଘାଣ୍ଟି ହେଉଥ୍ଲା । ମୋ ଦେହରେ ଅଦେଖା କମ୍ପନର ଅନୁଭବ ଅନୁଭୂତ ହେବାକୁ ଲାଗିଲା । ଅଞ୍ଜଳି ଠିକ୍ କହୁଥିଲେ । ସେ ଏ ସମୟରେ ମୋ ପାଖରେ ଥିଲେ ଭଲ ହୋଇଥାନ୍ତା । ଟ୍ୟାକ୍ସି ଭିତରେ ମୁଁ ଅସହାୟ ଅବସ୍ଥାରେ ବସୁଥିଲି । ମୋ ଆଖ୍ ବୁଜି ହୋଇ ଯାଉଥିଲା । ଶଙ୍ଖନାଦ | ୧୪୭