Jump to content

ପୃଷ୍ଠା:Shankhanada.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆରମ୍ଭ ଧୀରେ ଧୀରେ ନକାରାତ୍ମକ ଅନ୍ଧାରର ଆଗମନ ମୋ ଚୈତନ୍ୟର ଆଲୁଅକୁ ଅପସରି ନେଇ ଯାଉଥିଲା । ମୁଣ୍ଡ ଘୂରିବାକୁ ଆରମ୍ଭ ହେଲା । ଏକ ଗମ୍ଭୀର ଅନ୍ଧକାର ଗର୍ଭ ଭିତରକୁ ଚକ୍ରାକାରରେ ମୁଁ ଠେଲି ହୋଇ ତଳକୁ ତଳକୁ ବିସ୍ତାରି ଯାଉଥ‌ିବା ଅନୁଭବ କରୁଥିଲି । ତଳୁ ହଠାତ୍ ଏକ ଦ୍ରୁତ ଚାପର ପ୍ରୟୋଗ ମୋତେ ପୁଣି ଥରେ ଉପର ଦିଗକୁ ଉଠେଇ ଆଣ୍ଠୁଥିଲା । ସ୍ତର ପରେ ସ୍ତର । ପୃଥ‌ିବୀ ପୃଷ୍ଠର ସବୁଜ ଗାଲିଚାର କୋମଳତା ଉପରେ ମୁଁ ଭାସି ବୁଲୁଥୁଲି । ମୋ ଚେତନା ବିସ୍ତାରିତ ଅବସ୍ଥାରୁ ସଙ୍କୁଚିତ ଅବସ୍ଥା ଭିତରକୁ ପ୍ରବେଶ କରୁଥିଲା । ଭାସମାନ ଶରୀର ସନ୍ତୁଳିତ ହେବାରେ ଲାଗିଥିଲା । ଚେତନା ଫେରିଲା ବେଳେ ଅର୍ଥ-ଅନ୍ଧକାର ଆବୃତ କୋଠରୀରେ ମୁଁ ନିଜକୁ ପାଇଥିଲି । ଗୋଟିଏ ଶେଯରେ ମୁଁ ଶୋଇଥିଲି । କିନ୍ତୁ ମୋର ସ୍ପର୍ଶ, ଗନ୍ଧ ଶବ୍ଦର ଅନୁଭୂତ ହୋଇ ପାରୁ ନ ଥିଲା । ତଥାପି ମୁଁ ଦେଖି ପାରୁଥିଲି । ଶେଯ ଉପରେ ଉଠି ବସିଲି । ଦ୍ବାରର କାଚ କବାଟରୁ ବାହାରର ତୋଫା ଆଲୁଅକୁ ମୁଁ ସ୍ପଷ୍ଟ ଦେଖ୍ପାରୁଥିଲି । କବାଟ ଖୋଲି ବାହାରକୁ ଜଣେ ନର୍ସଙ୍କୁ ଯାଉଥ‌ିବାର ମୁଁ ଦେଖୁଥୁଲି । ଉଠି ଠିଆ ହେଲି । ସାମର୍ଥ୍ୟବାନଙ୍କ ଭଳି ବାହାରକୁ ଆସିଲି । ବାହାରେ ଗୁଡ଼ାଏ ଲୋକ ଜମା ହୋଇ କଥାବାର୍ତ୍ତା ହେଉଥିଲେ । ଦି'ଜଣ ଡାକ୍ତର ବି ତାଙ୍କ ସହ ଠିଆ ହୋଇଥିଲେ । ନର୍ସ ଜଣଙ୍କ ତାଙ୍କ ପାଖକୁ ଯାଇ ଡାକ୍ତରଙ୍କ କାନରେ କ'ଣ କହୁଥିଲେ । ଡାକ୍ତର ତର ୧୪୮|ଶଙ୍ଖନାଦ