Jump to content

ପୃଷ୍ଠା:Shankhanada.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(ଏକ)
ଭାଇ ଡାକିଥିଲେ – ଆ’ ପ୍ରଭା, ଯିବା ଦେଖୁ, କାହାର ଯାତ୍ରା ବାହାରିଛି !
ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି ଗହଳି ଭିତରେ ପଶିଥୁଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ ତୋରଣ ଦେଇ ସଜା ଯାଇ ତା ଭିତରେ ଜଣଙ୍କର ବିରାଟକାୟ ଫୋଟ ଚିତ୍ର ଠିଆ କରା ଯାଇଥିଲା । ସେହି ଫୋଟ ଚିତ୍ର ଦେହରେ ଫୁଲମାଳ ଥିଲା । ବୀର ଦର୍ପରେ ଛାତି ଆଗକୁ କାଢ଼ି ଦୁଇ ହାତକୁ ଛାତିରେ ବାନ୍ଧି ପାଦ ଆଗକୁ ବଢ଼େଇ ଠିଆ ହୋଇଥିବା ଚେହେରାଟିର ଆଖ୍ ଭସାଣିଆ, ଲଲାଟ ପ୍ରଶସ୍ତ, ଜ୍ୟୋତିମୟ ମୁଖ ମଣ୍ଡଳ, ମସ୍ତକରେ ପଗଡ଼ି ଥିଲା ।
ଭାଇ କହିଥିଲେ– ଜାଣିଛୁ, ଇଏ ହେଲେ ବିବେକାନନ୍ଦ । ସ୍ଵାମୀ ବିବେକାନନ୍ଦ, ଜଣେ ବଡ ସନ୍ନ୍ୟାସୀ ।
– ସନ୍ନ୍ୟାସୀ କ'ଣ ଭାଇ?
– ମାନେ ଯିଏ ଘର–ଦ୍ଵାର ଛାଡ଼ି ତପସ୍ୟା କରିବାକୁ ଯାଆନ୍ତି ।
– ତପସ୍ୟା କାହିଁକି କରନ୍ତି?
୧୪ | ଶଙ୍ଖନାଦ----------------------------------------------------------