Jump to content

ପୃଷ୍ଠା:Shankhanada.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତର ହୋଇ ପଛକୁ ବୁଲିଲେ । ମୋ କୋଠରୀ ଆଡ଼କୁ ଦୌଡ଼ିଲା ପ୍ରାୟେ ଆସୁଥିଲେ । ମୁଁ ବାହାରକୁ ବାହାରି ସାରିଥିଲି । କିନ୍ତୁ ସେମାନେ ମୋ ଆଡ଼େ ଚାହୁଁ ନଥିଲେ । ଜଣକ ପରେ ଜଣେ ଦୌଡ଼ିବାରେ ଲାଗିଥିଲେ । ସେମାନଙ୍କ ପଛରେ ଅଞ୍ଜଳି ଥିଲେ, ମୀନୁ ଥିଲା, ସରୋଜ ଥିଲା । ଆରେ, ମନୋଜ ବି ସେମାନଙ୍କ ସହ ଥିଲା । ମୁଁ ଚିତ୍କାର କରି ମନୋଜକୁ ଡାକିବାକୁ ଚେଷ୍ଟା କରୁଥିଲି । ମୋ ପାର୍ଟିର କଥା ମୋତେ ଶୁଣା ଯାଉ ନଥିଲା । ମୋ ଆଡ଼କୁ ଦୌଡ଼ି ଆସୁଥ‌ିବା ମନୋଜକୁ ମୁଁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଥିଲି । ମୁଁ ତାକୁ ଧରି ପାରୁ ନ ଥିଲି, ସେ ମୋତେ ଡେଇଁ ଆଗକୁ ପଳେଇଗଲା । ସମସ୍ତେ ମୋତେ ବାହାରେ ଛାଡ଼ି କୋଠରୀ ଭିତରକୁ ପଶିଗଲେ । ସମସ୍ତଙ୍କ ପଛେ ପଛେ ମୁଁ ବି ଗଲି । ଡାକ୍ତର ମୋ ଖଟ ପାଖରେ ଠିଆ ହୋଇଥିଲେ । ଅଞ୍ଜଳି, ମୀନୁ, ସରୋଜ, ମନୋଜ ଜୋର ଜୋରରେ କାନ୍ଦୁଥିଲେ । ଖଟର ଶେଯରେ ମୁଁ ଶୋଇଥିଲି, ପ୍ରଶାନ୍ତ ମୟ ମୁଖା କୃତିରେ, ଚିରନିଦ୍ରାରେ । ଶଙ୍ଖନାଦ । ୧୪୯ |