(ଏକ) ଦିନେ, ଦି’ଦିନ ନୁହେଁ ! ସପ୍ତାହେ ହେଲା ସ୍ମୃତି ଦେଖୁଛି ତାକୁ । ଆଜି ବି ଦେଖିବ କି? କ୍ଲାସ ସରିବାକୁ ଯାଉଛି । ଏଇ ଭାବନା ଆସୁ ଆସୁ ସ୍ମୃତିର ଛାତିରେ କମ୍ପନ ବଢ଼ିଗଲା । କ୍ଲାସ୍ ଶେଷ ହେଲା । ମାଳବିକା ସହ ସେ କଲେଜରୁ ବାହାରକୁ ଆସିଲା । କଲେଜ ସାମନା ବସ୍ ରହିବା ଜାଗାରେ ସେ ଆଜି ବି ଠିଆ ହୋଇଛି । ତାକୁ ଚାହିଁ ହସୁଛି । ଏକମୁଖୀ, ସ୍ଥିରଦୃଷ୍ଟି, ସ୍ମିତହାସ୍ୟ । ଆମନ୍ତ୍ରଣ ଜଣାଉଥିବା ହସ ! ସ୍ମୃତି ନିଜ ସ୍ମୃତିକୋଷରେ ଖୋଜିଲା । ନା, ମାମାଙ୍କର କିଏ ସାଥୀ ଭଳି ତ ମନେ ହେଉନି । ତାହାହେଲେ କ'ଣ ପାଇଁ, କେବଳ ତାକୁ ହିଁ ଚାହିଁ ହସେ? ସିଏ ତ ଆଉ ଛୋଟପିଲା ହୋଇନି ଯେ ହସି, ଫୁଲ ଶୁଝେଇ ତା' ପଛେ ପଛେ ଟାଣି ନେଇଯିବ ! ତାହାହେଲେ କିଏ ସେ? କ'ଣ ଦରକାର ତା'ର? ଅଜଣା ଅଘଟଣର ଆଶଙ୍କାରେ ସ୍ମୃତି ଶିହିରି ଉଠିଲା । ମାଳବିକା ପ୍ରଶ୍ନ କଲା, “କିଏ ଲୋ ସ୍ମୃତି, ଚିହ୍ନିଛୁ? ସବୁବେଳେ ତୋତେ ହିଁ ଚାହିଁ ହସୁଛି ।” ମୁଣ୍ଡ ହଲେଇ ସ୍ମୃତି ମନା କଲା । “ମୁଁ ପଚାରିବି ତାକୁ?” “କ'ଣ ବୋଲି?” “ଏମିତି । ଜଣେ ପୁଅ ଜଣେ ଝିଅର ପିଛା ଧରିବାରେ କିଛି ଶଙ୍ଖନାଦ | ୧୫୧
ପୃଷ୍ଠା:Shankhanada.pdf/୧୫୨
ଦେଖଣା