କାରଣ ଅଛି । କିନ୍ତୁ ଜଣେ ଦରବୁଢ଼ୀ ଏଇ ସୁନ୍ଦରୀର ପଛେ କାହିଁକି?” “ନା, ଆମର କିଛି ଦରକାର ନାଇଁ ସେସବୁ ସମ୍ପର୍କରେ ଆସିବା ।” ସ୍ମୃତି କହିଲା । ମାଳବିକା ପ୍ରତିବାଦ କଲାନି । “ସ୍କୃତି, ଶୁଣିବୁ?” ପ୍ରଶ୍ନ ଠିକ୍ ସେମାନଙ୍କୁ ଲକ୍ଷ୍ୟ କରି କରା ଯାଇଥିଲା । ଦିହେଁ ସେତେବେଳେ ବସ୍ ରହିବା ଜାଗାକୁ ଅତିକ୍ରମ କରୁଥିଲେ । ତାକୁ ହିଁ ଲକ୍ଷ୍ୟ କରି ଡାକୁଥିବା ଜାଣି ବି ସ୍ମୃତି ଚାହିଁ ହିଁ ପାରିଲାନି । ଅନ୍ୟଦିଗେ ମୁହଁ ବୁଲେଇ ନେଲା । ମାଳବିକା ସିଧା ଚାହିଁଲା । ପୌଢ଼ାକୁ ଚାହିଁ ଆଖ୍ ଆଖିରେ ପଚାରିଲା – ମୋତେ? “ନା, ତମକୁ ନୁହଁ । ସ୍ମୃତିକୁ । ଟିକେ ମୋ ପାଖକୁ ଆସିବୁ ମାଆ?” ମନେ ମନେ ଚିଡ଼ିଗଲା ସ୍ମୃତି । ହୁଁ, ନାଁ ବି ଜାଣିଛି ! ମାଳବିକା କହୁଣୀରେ ତାକୁ ସ୍ପର୍ଶ କଲା, “ଯା, ଡାକୁଛି । ମୁଁ ଅଛି ଏଇଠି ।” ସେ ପାଖକୁ ଗଲା । କ୍ଷଣକାଳ ପାଇଁ ନିରିଖେଇ ଚାହିଁଲା । ଗୌରାଙ୍ଗୀ ଏଇ ମହିଳା ଜଣକ ଅତୀତରେ ଯେ କେବେ ଦିନେ ସୁନ୍ଦରୀ ଥିଲେ, ସେଥିରେ ସନ୍ଦେହ ନାହିଁ । କୁନ୍ଦିଲା କୁନ୍ଦିଲା ଚେହେରାର ସୌନ୍ଦର୍ଯ୍ୟ ଏବେ ବି ମଉଳିନି । ପଚାରିଲା, “କ'ଣ?” ହଠାତ୍ ତା'ର ମନେ ହେଲା ସେ ଠିକ ଭାବେ ପ୍ରଶ୍ନ କରି ପାରୁନି । କଣ୍ଠରୁ ସ୍ବର ଏକ ଭିନ୍ନ ଲହରରେ ବାହାରୁଛି । “ତୁ ବିଏ ପଢୁଛୁ ମା'?” କୋମଳ ଭାବେ ପ୍ରଶ୍ନ କରାଗଲା । ସେ ମୁଣ୍ଡ ହଲେଇଲା । ୧୫୨ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୫୩
ଦେଖଣା