“କେତେ ବଡ଼ ହେଇ ଗଲୁଣି । ଏତେ ଟିକେ ଥିଲୁ । ଦେଖୁଥ୍ଲି ।” “କିନ୍ତୁ ମୁଁ ତ ଆପଣଙ୍କୁ ଜାଣିନି । କେବେ ଦେଖୁନି ।” ଆଖରେ ତାଙ୍କର ଗତ ଯୁଗର ସ୍ବପ୍ନ ଭାସି ଉଠିଲା । ଡୋଳା ଦୁଇଟି ଉପରେ ପାଣିର ଏକ ଆସ୍ତରଣ ଦେଖାଗଲା । ସେ ସ୍ମୃତିର ଚିବୁକ ସ୍ପର୍ଶ କଲେ, “ମୋ ନାଁ ରମା । ରମା କହିଲେ ତୋ' ବାପା ଚିହ୍ନିବେ । କହିବୁ?” ସ୍ମୃତି ପ୍ରଶ୍ନର ଉତ୍ତର ଦେଇ ପାରିଲାନି । (ଦୁଇ) ବାବା ଆସିଲାବେଳେ ରାତିର ପ୍ରଥମ ପ୍ରହର ବିତି ସାରିଥିଲା । ମାମା ତାଙ୍କ ହାତରୁ କୋଟ୍ ନେଇ ୱାର୍ଡ଼ରୋବ ବାହାର କରୁଥିଲେ । ସ୍ମୃତି କବାଟରେ ଆଘାତ ଦେଲା, “ବାବା !” ଦିବ୍ୟନ୍ଦୁ ବୁଲି ଚାହିଁଲେ ଏବଂ ଝିଅକୁ ଦୁଆର ମୁହଁରେ ଦେଖ୍ କହିଲେ, “ଆ ଇତି, ଏଇଠିକୁ ଆସେ । ପାଖକୁ ଆସି ସେ ପଚାରିଲା, “ବାବା, ଆପଣ ରମା ନାଆଁରେ କାହାକୁ ଜାଣନ୍ତି, ଜଣେ ସ୍ତ୍ରୀ ଲୋକକୁ?” ଜୋତା ଖୋଲୁ ଖୋଲୁ ଦିବ୍ୟନ୍ଦୁଙ୍କ ହାତ ଅଟକି ଗଲା । କିଛି ସମୟ ଚୁପ୍ ହେଇଯିବା ପରେ ସେ ସ୍ମୃତିକୁ ଚାହିଁଲେ, “କାହିଁକି, କ'ଣ ହେଲା କି?” “ସପ୍ତାହେ ହେଲା ସେ କଲେଜ ସମନା ପାସେଞ୍ଜର ସେଡ୍ରେ ଠିଆ ହୁଅନ୍ତି । ମୋତେ ଦେଖ୍ ହସନ୍ତି । ଆଜି କହିଲେ ଆପଣ ତାଙ୍କୁ ଶଙ୍ଖନାଦ | ୧୫୩
ପୃଷ୍ଠା:Shankhanada.pdf/୧୫୪
ଦେଖଣା