Jump to content

ପୃଷ୍ଠା:Shankhanada.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜାଣନ୍ତି ବୋଲି । କିଏ ସେ ବାବା?” ଦିବ୍ୟନ୍ଦୁ ଜବରଦସ୍ତ ହସିଲେ, “ଡରି ଯାଇଛୁ? ଜଣେ କିଏ ତୋତେ ରୀତିମତ ଫଲୋ କରୁଛି । ଏଥ‌ିରେ ଡରିବାର କ'ଣ ଅଛି? 'ବି ଏ ବ୍ରେଭ୍ ଗର୍ଲ ଏଣ୍ଡ ଫେସ୍ ଇଟ୍ ବ୍ରେଭଲି' । ମୋତେ ସେ ଜାଣି ଥାଇପାରେ । କିନ୍ତୁ ମୁଁ ତାକୁ ଜାଣିନି ।” ସ୍ମୃତି ସନ୍ତୁଷ୍ଟ ହୋଇ ପାରିଲାନି । ତଥାପି ପ୍ରତିବାଦ କଲାନି । ଫେରି ପଡୁଥିଲା । ବାବା ପଛରୁ ଡାକିଲେ, “ଶୁଣ ଇତି, କାଲିଠୁ ତୁ ଚାଲି ଚାଲି କଲେଜ ଯିବୁନି । ମୋ ଜିପ୍‌ରେ ଯିବୁ । ସେଥ‌ିରେ ଆସିବୁ । ଆଜିକାଲି ଏମିତି ଘଟଣା ରାଜଧାନୀରେ ପ୍ରବଳ । ଫୁଲ ଶୁଝେଇ କଲିକତାରେ ନେଇ ବିକିଦେବେ ।" ରମା ନାମ୍ନୀ ସେହି ସ୍ତ୍ରୀ ଲୋକଟି ମାଲୁଣୀ କି? ଫୁଲ ଶୁଝେଇ ମେଣ୍ଢା କରିଦେବ? ସେ ଶୀତେଇ ଉଠିଲା ! ଝିଅ ଚାଲିଗଲା ପରେ ବିରଜା ପଚାରିଲେ, “ରମା ହଠାତ୍ ଏବେ କାହିଁକି ଦେଖା ଦେଇଛି?” ସେ ଉତ୍ତର ଦେଲେ, “ଦେଖାଯଉ । ସମୟ କହିବ ।” (ତିନି) ସେଦିନ ତିନିଟା ପରର ସମସ୍ତ କ୍ଲାସ ହଠାତ୍ ସସ୍ପଣ୍ଡ ହୋଇଗଲା । ସ୍ମୃତି ଘରକୁ ଫୋନ୍ କଲା । ମାମା କହିଲେ – ଡ୍ରାଇଭର ଶୋଇ ଯାଇଛି । ସେ ଯାଇ ଉଠେଇ ପଠେଇବେ । - ଚାଲି ଚାଲି ଗେଟ୍ ପର୍ଯ୍ୟନ୍ତ ଗଲା ସ୍ମୃତି । ସେଇଠି ଠିଆ ହୋଇଥିଲେ ରମା ! ତା'ର ସମସ୍ତ ରକ୍ତ ମୁଣ୍ଡ ଉପରକୁ ଉଠିଗଲା । ୧୫୪|ଶଙ୍ଖନାଦ