କ୍ରୋଧରେ ଫାଟି ପଡ଼ିଲା ସେ, “କ'ଣ ଦରକାର ଆପଣଙ୍କର? କାହିଁକି ମୋ ପିଛା ଧରିଛନ୍ତି?” ରମାଙ୍କ ଆସ୍ରୁ ହସ ଲିଭିଗଲା, “ପିଛା ନୁହେଁ ଝିଅ । ମାଆ ତା' ଝିଅକୁ ଦେଖିବାଟା ଅପରାଧ?” ସେ ଚମକି ଉଠିଲା, “କିଏ କା ମାଆ?” “ତୁ ମୋ ଝିଅ ସ୍ମୃତି । ମୁଁ ତୋ' ମାଆ ।” ସ୍ମୃତିର କଣ୍ଠରୁ ଠିକ୍ ସ୍ବର ବାହାରିଲାନି । ଫିସ୍ ଫିସ୍ ସ୍ବରରେ କହିଲା, “ଅସମ୍ଭବ, ଅସମ୍ଭବ, ମୋ ମାଆ ମୋତେ ଜନ୍ମ କଲା ପରେ ମରି ସାରିଛନ୍ତି ।” ମୁଣ୍ଡ ହଲେଇଲେ ରମା, “ମୋ ଫୋଟ କେବେ ଘରେ ଦେଖୁନୁ?” "ନାଁ” “ତୋ ବାବାଙ୍କୁ ଫୋଟ ମାଗେ, ଜାଣି ପାରିବୁ ।” ଏମିତି କେମିତି ହୋଇଗଲା? ଗୋଟିଏ ମୁହୁର୍ତ୍ତରେ ସବୁ କିଛି ଓଲଟପାଲଟ ହୋଇଗଲା । ତା' ମାଆ ବଞ୍ଚିଛନ୍ତି ! ଅଥଚ ତାକୁ ପିଲାଦିନୁ କୁହାଯାଇଛି ସେ ମରି ସାରିଛନ୍ତି । ଏମିତି କେମିତି କରିପାରିଲେ ବାବା? ଗୋଟିଏ ଛୋଟ ଦୁଧ ଛୁଆ ପାଖରୁ ତା’ ମା'କୁ ଛଡ଼େଇ କେମିତି ନେଇ ପାରିଲେ? ମାଆ ! ପ୍ରଥମେ ପରିଚୟ ନ ଜାଣି ଯେଉଁ ସ୍ତ୍ରୀ ଲୋକଟିକୁ ଦେଖ୍ ସେ ବିରକ୍ତ ହେଉଥିଲା, ସେ ତା’ ମାଆ ! ଇସ୍ ତାଙ୍କ ଛାତିରୁ ସେ କେତେଦିନ ଦୁଧ ଖାଇଛି? ଶଙ୍ଖନାଦ | ୧୫୫
ପୃଷ୍ଠା:Shankhanada.pdf/୧୫୬
ଦେଖଣା