ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
“ବାବା?” “କ'ଣ ଇତି?” (ଚାରି) “ମା’ଙ୍କର ଫୋଟ ନାହିଁ?” “ଆଲବମ୍ରେ ଅଛି । ଦେଖୁନୁ ।” “ମାମାଙ୍କର ନାହିଁ ବାବା, ମୋ ମା'ଙ୍କର ଫୋଟ ।” ଦିବ୍ୟନ୍ଦୁ ଝିଅକୁ ଚାହିଁଲେ । ସ୍ମୃତି ଆଜି ସବୁଦିନଠୁ ଅଲଗା ଦେଖା ଯାଉଛି । ରମାକୁ ପୁଣି ଭେଟିଛି କି? ପଚାରିଲେ, “ଆଜି ତୋର ଫୋଟ କାହିଁକି ଦରକାର ପଡ଼ିଲା?" “ମୋ ମା'ଙ୍କର ନାଁ ରମା କି ବାବା?” ସେ ଥଣ୍ଡା ପଡ଼ିଗଲେ । ନିଜକୁ ଯଥାସମ୍ଭବ ସଂଯତ ରଖ୍ ଉତ୍ତର ଦେଲେ, “ହଁ ।” “ସେ ମରି ସାରିଛନ୍ତି ବୋଲି ମିଛ କାହିଁକି କହିଛ ବାବା? ତାଙ୍କୁ ଘରୁ ତଡ଼ି ଦେଇଛ?” “ତୋର ଏ ସବୁରେ ମୁଣ୍ଡ ଖେଳେଇବା ଦରକାର ନାହିଁ । ସ୍ମୃତିର ସମସ୍ତ ତନ୍ତୁ ଆନ୍ଦୋଳିତ ହୋଇଗଲା । ଉତ୍ତେଜିତ ହୋଇ ପାଟି କଲା, “ମୋ ମା' ବଞ୍ଚି ଥାଉ ଥାଉ ସେ ମରି ସାରିଛନ୍ତି ବୋଲି କାହିଁକି କହିଲ? ମୋର ଉତ୍ତର ଦରକାର ।” ଦିବ୍ୟନ୍ଦୁ ଚେୟାରରୁ ଉଠି ସ୍ତ୍ରୀଙ୍କୁ ଚାହିଁ କହିଲେ, “ତାକୁ ୧୫୬ ଶଙ୍ଖନାଦ