କହିଦିଅ ବିରଜା, କାଲିଠୁ ତା'ର କଲେଜ ଯିବା ବନ୍ଦ । ମୁଁ ଚେଷ୍ଟା କରିବି, ଅନ୍ୟ କେଉଁଠି ହଷ୍ଟେଲରେ ରହି ସେ ଯେମିତି ପଢ଼ି ପାରିବ ।” ବିରଜା ଝିଅକୁ ବିକଳରେ ଚାହିଁଲେ । ଗଡ଼ି ଆସୁଥିବା ଲୁହକୁ ଦୁଇ ହାତ ପାପୁଲିରେ ଘୋଡ଼ାଇ ସ୍ମୃତି ନିଜ କୋଠରୀକୁ ଚାଲିଗଲା । (ପାଞ୍ଚ) ସବୁ ରବିବାରରେ ଦିବ୍ୟନ୍ଦୁ ଘରେ ରହନ୍ତି । ସେଦିନ ବି ଥିଲେ । ସ୍ତ୍ରୀଙ୍କ ସହ ବସି ଟିଭି ଦେଖୁଥିଲେ । ସ୍ମୃତି ନିଜ କୋଠରୀରେ ପଡ଼ି ରହି ଶୀତୁଆ ଆକାଶକୁ ଚାହିଁ ରହିଥିଲା । ବିରଜା ଆସି ତାକୁ ଡାକିଲେ ଟିଭି ଦେଖିବା ପାଇଁ । ଅଭିମାନରେ ମାମାଙ୍କ ଡାକ ବି ଶୁଣିଲାନି ସେ । ଶୋଇ ସ୍ବପ୍ନ ଦେଖିଲା । ସୁନ୍ଦର, ଦିବ୍ୟ ଚେହେରା ନେଇ ତା' ମାଆ ତାକୁ ଡାକୁଛନ୍ତି – ମୋ ପାଖକୁ ଆସିବୁନି ମାଆ? ସ୍ମୃତି ଯାଇ ପାରୁନି । କୁହୁଡ଼ିରେ ପହଁରୁଛି । ପାଖରେ ପହଞ୍ଚି ପାରୁନି । ତା'ର ଶ୍ବାସରୁଦ୍ଧ ହୋଇ ଯାଉଛି । ସେ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଚାହୁଁଛି । କିନ୍ତୁ ପାରୁନି । ତା'ର ନିଦ ଭାଙ୍ଗିଗଲା । କୋଠରୀ ଭିତରେ ପୌଷ ମଧ୍ୟାହ୍ନର ତୀକ୍ଷଣାଲୋକ । ବୈଠକଖାନାରେ ବାବା ଏବଂ ଅନ୍ୟ ଏକ ସରୁ କଣ୍ଠର ଜୋର୍ଦାର୍ ତର୍କ-ବିତର୍କ ଝଙ୍କାର ଶୁଣା ଯାଉଛି । କିଏ ଆସିଛି? ସେ ଉଠି ବୈଠକଖାନା ଦ୍ବାର ନିକଟକୁ ଗଲା । ବାବା ଡାକିଲେ, “ଆ ଇତି । ଦେଖେ, କିଏ ଆସିଛି ।” ରକ୍ତ-ପାଣ୍ଡୁର ଓସାରିଆ ମୁହଁ ନେଇ ରମା ବସିଥିଲେ । ତା' ଶଙ୍ଖନାଦ ୧୫୭
ପୃଷ୍ଠା:Shankhanada.pdf/୧୫୮
ଦେଖଣା