ମାଆ ! ସ୍ମୃତି ହଠାତ୍ ବୁଝି ପାରିଲାନି ସେ କ'ଣ କରିବ? ଦୌଡ଼ିଯାଇ ତା' ମାଆଙ୍କ କୋଳରେ ପଡ଼ିଯିବ ନା ପ୍ରାଣ ଖୋଲି ହସିବ? ତା'ର ହାତ ଧରି ପାଖରେ ବସେଇ ବାବା ପଚାରିଲେ, “ତାଙ୍କ ସହ ଯିବୁ ଇତି? ଡାକି ଆସିଛନ୍ତି ।” ସ୍ମୃତି କି ଉତ୍ତର ଦେବ? ଦିବ୍ୟଦ୍ରୁ କହିଲେ, “ଦେଖ ରମା, ଇଏ ମୋ ଝିଅ । ତମର ନୁହେଁ । ଗୋଟିଏ ଜୀବନ୍ତ ମାଂସ ପିଣ୍ଡୁଳାକୁ ତମେ ଜନ୍ମ କରିଥିଲ ସତ, କିନ୍ତୁ ତାକୁ ମଣିଷ ଆମେ କରେଇଛୁ । ଆମେ ।” V ରମାଙ୍କ ମୁହଁ ଅଧିକ ରକ୍ତାଭ ଦେଖାଗଲା, “ସ୍ମୃତିକୁ ମୋତେ ନ ଦେଲେ ମୁଁ କୋର୍ଟରେ ଠିଆ ହେବି ।" ସେ ହସିଲେ, “ଓ, ସେଇ କୋର୍ଟରେ, ଯାହାର କାଠଗଡ଼ା ଭିତରେ ଠିଆ ହୋଇ ତମେ ସ୍ବୀକାର କରିଥିଲ; ସ୍ବାମୀ, ଝିଅ, ସମ୍ପତ୍ତି କାହାରି ଉପରେ ତମର ଅଧିକାର ନାହିଁ । ଆଉ ତମେ ନିଜ ଖୁସିରେ ହିଁ ତ୍ୟାଗପତ୍ର ଦେଇଛ । ମୁଁ ତ ତମକୁ ଛାଡ଼ି ନଥୁଲି । ତମେ ହିଁ ଆମକୁ ଛାଡ଼ି ଦେଇଥୁଲ । ଇତିକୁ ଛାଡ଼ି ଗଲାବେଳେ ସେ କେତେଦିନର ହୋଇଥିଲା, ମନେ ଅଛି?” ରମାଙ୍କ ମୁହଁ ଧଳା ପଡ଼ିଗଲା । ସେ ଚୌକିରୁ ଉଠି ଠିଆ ହେଲେ । ସ୍ମୃତିକୁ ଚାହିଁ ବିକଳ ହୋଇ ଡାକିଲେ, “ମୁଁ ତୋ' ମାଆ ଲୋ ଇତି । ଆ, ମୋ ସହ ଯିବୁ ।” ଭୟରେ ସେ ଚୌକିରୁ ଉଠି ପାରିଲାନି । ଅଜାଣତରେ ତା' ହାତ ବାବାଙ୍କ ହାତକୁ ଭିଡ଼ି ଧରିଲା । ହାତର ସ୍ପର୍ଶରୁ ଝିଅର କମ୍ପନ ସେ ଅନୁଭବ କଲେ । କହିଲେ, “ରୂପର ନିଶାରେ ପାଗଳ ହୋଇ ହିରୋଇନ୍ ହେବ ବୋଲି ଗୋଟିଏ ଛୋଟ ଛୁଆକୁ ଛାଡ଼ି ଚାଲି ୧୫୮ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୫୯
ଦେଖଣା