Jump to content

ପୃଷ୍ଠା:Shankhanada.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

– ଭଗବାନଙ୍କୁ ପାଇବା ପାଇଁ ।
– ତାଙ୍କୁ ପାଇଲେ କ’ଣ ହେବ?
– ମୋକ୍ଷ ପାଇବ । ଭାଇ ବିରକ୍ତ ହୋଇ ଉଠିଲେ– ଓ ହୋ, ତୋର ଯେତେ ସବୁ ପ୍ରଶ୍ନ !
ସେତେବେଳେ ମୋକ୍ଷ ପ୍ରାପ୍ତିର ଅର୍ଥ ସେ ବୁଝି ପାରି ନ ଥିଲେ । ବହୁତ ଦିନ ପରେ, ଯେତେବେଳେ ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀ ହେଲେ, ଛୋଟଛୋଟ ପିଲାମାନଙ୍କୁ “କରାଗ୍ରେ ବସତେ ଲକ୍ଷ୍ମୀ, କର ମଧେ ସରସ୍ବତୀ” ଘୋଷାଉଥିଲେ, ଆପେ– ଆପେ ଜୀବନ ଦର୍ଶନର ତଦ୍ଭବ ତାଙ୍କର ବୋଧଗମ୍ୟ ହୋଇ ଆସୁଥିଲା । ମୋକ୍ଷ ପ୍ରାପ୍ତି ନିମନ୍ତେ ସନ୍ନ୍ୟାସୀ ହେଲେ ଯେ ତପସ୍ୟା କରିବାକୁ ଗୃହତ୍ୟାଗୀ ହେବାକୁ ହେବ, ଭାଇଙ୍କ ଉତ୍ତରକୁ ସେଦିନ ସେ ସ୍ପଷ୍ଟ ରୂପେ ବୁଝି ପାରିଥିଲେ ।
[ଥରେ ସାଧନାର ଶିଡ଼ି ଚଢ଼ୁଚ ନିର୍ବିକଳ୍ପ ସମାଧୂର ସ୍ବାଦ ଚାଖ୍ ସାରିଲା ପରେ ନରେନ୍ଦ୍ର ନାଥ ଗୁରୁଙ୍କ ପାଖରେ ଅଳି କରି ବସିଲେ, ‘ମୋତେ ପୁଣି ଥରେ ନିର୍ବିକଳ୍ପ ସମାଧ୍ ଦରକାର ।' ଶୁଣୁ ଶୁଣୁ ଝିଙ୍ଗାସି ଉଠିଲେ ଶ୍ରୀ ରାମ କୃଷ୍ଣ, 'ତୋତେ ଲଜ୍ଜା ଲାଗୁନି? ନିଜ ସ୍ବାର୍ଥ କଥା ହିଁ ଚିନ୍ତା କରୁଛୁ । ତୋର ବିଚାରର ବଟବୃକ୍ଷ ତଳେ ଆଶ୍ରୟ ନେବା ପାଇଁ ଅନେକ ଅପେକ୍ଷାରତ । ତୁ ପରା ମାଆଙ୍କ କାମ କରିବାକୁ ଦୁନିଆକୁ ଆସିଛୁ ! ଆଉ ତୋତେ ନିର୍ବିକଳ୍ପ ସମାଧ୍ ଦରକାର !']
ମା ବାବାଙ୍କୁ ବହୁତ ନେହୁରା ହୋଇ କହିବାର ତାଙ୍କର ମନେ ଅଛି, ‘ଶୁଣ, ତା କଥାକୁ ମାନିଯାଅ, ସେ ପାଠ ପଢିବାକୁ ଚାହୁଁଛି । ତା କଥାକୁ ହଁ କରିଦିଅ ।’
ବାବା ତାଙ୍କ ଜିଦ୍ରରେ ଅଟଳ ଥିଲେ । ମାଆଙ୍କ କଥାର କିଛି


ଶଙ୍ଖନାଦ | ୧୫