Jump to content

ପୃଷ୍ଠା:Shankhanada.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯାଇଥିଲ, କେତେ ତଙ୍କା ରୋଜଗାର କଲେ ରମା? ନା, ନିରାଶ ହୋଇ ସ୍ମୃତିର ଆଶ୍ରା ଧରିଛ? ତାକୁ ବି ହିରୋଇନ୍ କରିବ?” “ଦିବ୍ୟନ୍ଦୁ !!” ରମା ଚିତ୍କାର କଲେ । ପରେ ତାକୁ ଛାତିର କ୍ଷୀର “ମିଛ ତ କହିନି, ରମା । ଜନ୍ମ କଲା କେତେଦିନ ଖୁଆଇଛ? ପ୍ରଥମେ ସନ୍ତାନ ପାଳିବା ଶିଖ । ପରେ ତା’ ଉପରେ ଅଧିକାର ସାବ୍ୟସ୍ତ କରିବ ।” ସତ, ସତ, ନିଷ୍ଠୁର ସତ । ଅବାକ୍ ସ୍ମୃତିର ମୁହଁକୁ ରମା ଚାହିଁ ପାରିଲେନି । ଏହି ସବୁ ଶୁଣିଲା ପରେ କେମିତି ସେ ଝିଅ ଆଗରେ ଠିଆ ହୋଇ ପାରିବେ? ଝଡ଼ ବେଗରେ କୌଠରୀରୁ ବାହାରି ଯାଇ ମଧ୍ୟାହ୍ନର ଖରାରେ ମିଶିଗଲେ । ରମାଙ୍କୁ ଦେଖ୍ ଅନ୍ୟ ଘରେ ଲୁଚିଥିବା ବିରଜା, ସେ ଚାଲିଗଲା ପରେ ସ୍ବାମୀଙ୍କ ପାଖକୁ ଆସିଲେ, “ସେ ଚାଲିଗଲେ?" ହାତମୁଠାରେ ଥ‌ିବା ଝିଅର ହାତକୁ ସ୍ତ୍ରୀଙ୍କ ହାତରେ ଦେଇ ଦିବ୍ୟଦୁ ସ୍ମୃତିକୁ ଚାହିଁ କହିଲେ, “ଇଏ ଥିଲା ତୋ'ର ସେଇ ମା', ଯାହାକୁ ମୁଁ ଲୁଚେଇ ରଖୁଥୁଲି ।” ସ୍ମୃତିର ଆଖ୍ ଢଳ ଢଳ ହୋଇଗଲା । ଏଇ ଥିଲେ ତା'ର ମାଆ ! ଯାହାଙ୍କୁ ସେ ସ୍ବପ୍ନରେ ଦେଖୁଥିଲା, ଯାହାଙ୍କୁ ସେ ସ୍ବର୍ଗୀୟ ମନେ କରିଥିଲା ଏବଂ ଇଏ ତା'ର ମାମା, ବାବ କେବେ ଦିନେ କହିଥିଲେ, କେବଳ ତାକୁ ପାଳିବା ନିମନ୍ତେ ନିଜର ଗର୍ଭପାତ କରି ଦେଇଥିଲେ ! ସେ ଦେଖ‌ିଲା, ମାମା ଝରକା ଦେଇ ଦୂର ପର୍ଯ୍ୟନ୍ତ ଦେଖା ଯାଉଥ‌ିବା ଲମ୍ବା ପିଚୁ ରାସ୍ତା କଡ଼େ କଡ଼େ ଶୀତୁଆ ଖରାରୁ ବଞ୍ଚିବା ଶଙ୍ଖନାଦ | ୧୫୯