ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡାଙ୍କର ଜନ୍ମ ହୁଏ ୧୯୫୮ ମସିହା ଜାନୁୟାରୀ ମାସରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥ ଗୋଷାଣି ନୂଆ ଗାଆଁରେ । ପିତା, ବ୍ରହ୍ମପୁର ମ୍ୟୁନିସିପାଲଟି ସ୍କୁଲ ପ୍ରଧାନଶିକ୍ଷକ ସ୍ୱର୍ଗତ ଗଦାଧର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପିଲାଟି ଦିନରୁ ମେଧାବୀ ରହିଆସିଥିବା ଶ୍ରୀଯୁକ୍ତ ପଣ୍ଡାଙ୍କର ସାରସ୍ବତ ସାଧନାରେ ଥିଲା ଅନେକ ରୁଚି ଓ ଆଗ୍ରହ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶିତ ହେବାପରେ ତାଙ୍କର ପ୍ରଥମ ପୁସ୍ତକ 'ସାଗର ବେଳା' ଆତ୍ମପ୍ରକାଶ କରେ ୧୯୭୭ ମସିହାରେ ବ୍ରହ୍ମପୁରର ଦାସବ୍ରଦର୍ସ ପବ୍ଲିକେସନ୍ରେ । ଏହାପରେ ଦୁର୍ଘଟଣା ଜନିତ ଦୀର୍ଘ ଅସୁସ୍ଥତା ତଥା ବୃତ୍ତିଗତ ବାଧ୍ୟବାଧକତା ତାଙ୍କୁ ଦୂରେଇ ରଖେ ସାରସ୍ବତ ସାଧନାରୁ ବେଶ୍ କିଛି ବର୍ଷ । ବୃତ୍ତିଗତ ଜୀବନରୁ ଅବସର ନେବାପରେ ସେହି ଆଦିମ ପ୍ରବୃତ୍ତି ପୁନଃ ଆତ୍ମପ୍ରକାଶ କରେ ବିସ୍ତାରିତ ରୂପ ନେଇ । ଦୀର୍ଘ ନିରବତାର ସମୟରେ ଆମ ସଂସ୍କୃତି, ପରମ୍ପରା ତଥା ଇତିହାସ ଉପରେ ଗବେଷଣାଲବ୍ଧ ତଥ୍ୟସବୁ ଝରିଉଠେ କଲମ ମୁନରେ । ବିଭିନ୍ନ ପତ୍ରପତ୍ରିକାରେ ସେ ସବୁ ପ୍ରକାଶିତ ତଥା ବହୁଳଭାବେ ଆଦୃତ ହେବା ପରେ ତାଙ୍କର ଦ୍ୱିତୀୟ ପୁସ୍ତକ ଶଙ୍ଖନାଦ ଏବେ ଆତ୍ମପ୍ରକାଶ କରିଛି ଶୁଭପଲ୍ଲବ ପବ୍ଲିକେସନ୍ରେ । ତାଙ୍କ ଲେଖାରେ ଝଟକି ଉଠୁଥିବା ଆଧ୍ୟାତ୍ମିକ ତଥା ଦାର୍ଶନିକ ଦିବ୍ୟ ଚେତନା ଯେ ପାଠକର ହୃଦୟକୁ ଅଚିରେ ସଞ୍ଚରିଯିବ ଏଥିରେ ସନ୍ଦେହ ନାହିଁ । ଶ୍ରୀଯୁକ୍ତ ପଣ୍ଡାଙ୍କୁ ତାଙ୍କର ଏହି ଦ୍ୱିତୀୟ ଉପଲବ୍ଧି ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । - ପ୍ରକାଶକ ଗାଳ୍ପିକ: ପ୍ରମୋଦ କୁମାର ପଣ୍ଡା ସମ୍ପାଦନା: ତାପସ ରଞ୍ଜନ ପ୍ରଚ୍ଛଦ: ସମ୍ବିତ ଦାସ ଅଂଳକରଣ: ସଂଗ୍ରାମ ସେନାପତି Right - cc-by-sa-4.0 Publication ମୂଲ୍ୟ: ୨୪୯ ଟଙ୍କା Available on
ପୃଷ୍ଠା:Shankhanada.pdf/୧୬୨
ଦେଖଣା