ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ
ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା
ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।'
ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ
ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ ।
ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି,
ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ,
ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ
କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ
ତ, ସେ ଭଲ ଥିଲେ ।
ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର
ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍ଚାପ୍ ଘରେ ବସିବାର
ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା–
ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ
ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ–
ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି
ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା
ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା
କରିବାକୁ ଚାଲିଯାଇଛନ୍ତି !
ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି
ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ
ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା,
ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା
ହିଁ ଭାତୃ ପ୍ରେମ ।
ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ
୧୬ ଶଙ୍ଖନାଦ