Jump to content

ପୃଷ୍ଠା:Shankhanada.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସନ୍ଧ୍ୟାରେ ବାବା ଘରକୁ ଆସି ଗମ୍ଭୀର ହୋଇ ବସି ରହିଥିଲେ । ମାଆଙ୍କ ବାରମ୍ବାର ପ୍ରଶ୍ନରେ କହିଥିଲେ ଯେ ସେ କାଲି ସକାଳେ କଟକ ଯାଉଛନ୍ତି । ଭାଇଙ୍କ ସେଠାରେ ରହିଥ‌ିବାର ଖବର ପାଇଛନ୍ତି । ବାବାଙ୍କ ସହ ଭାଇ ଆସି ନ ଥିଲେ । ବାବାଙ୍କ ପଛରେ କେହି ନ ଥ‌ିବାର ଶୂନ୍ୟତାକୁ ଅନୁଭବ କରି ବିକଳ ହୋଇ ମା' ବାବାଙ୍କୁ ଚାହିଁ ପଚାରିଥିଲେ, ‘କୁଆଡେ ଗଲା? ଆସିଲାନି?' ନିରାଶ ହୋଇ ବାବା ମୁଣ୍ଡ ହଲାଇ ନାହିଁ କଲେ, ‘ସଂଘ ଅଫିସରେ ରହି ପାଠ ପଢୁଛି । ଖାକି ପେଣ୍ଟ ପିନ୍ଧୁଛି । ଲାଠି ଧରୁଛି । ବି.ଏ. ଶେଷ ବର୍ଷ ତା'ର । ମା' ଚିହିଁକି ଉଠିଲେ, 'ସେମାନଙ୍କର ଏତେ ସାହସ? ମୋ ପିଲା ଉପରେ ତାଙ୍କର କି ଅଧିକାର ଅଛି? ପୋଲିସରେ କହିଲନି?' ସମର୍ପିତ ସ୍ବରରେ ବାବା କହିଥିଲେ, 'ସେମାନେ ତା'କୁ କ'ଣ ଜବରଦସ୍ତ ରଖୁଛନ୍ତି? ବୟସ ହେଲାଣି । ପାଠ ପଢୁଛି । ତା' ଇଚ୍ଛା ବିରୁଦ୍ଧରେ ଯାଇ ଆଉ ଥରେ ତାକୁ ହରେଇବା ପାଇଁ ମୋର ସାହସ ନାହିଁ ।’ ବାବାଙ୍କ କଣ୍ଠରେ ପୂର୍ବର ଦମ୍ଭ ନ ଥିଲା । ସ୍ବୟଂପ୍ରଭାଙ୍କ ଆଖ‌ିରେ ବିଦ୍ୟୁତ ତରଙ୍ଗରେ ଚତୁର୍ଥ ଶ୍ରେଣୀରେ ପଢୁଥ‌ିବା ବେଳର ଯାତ୍ରାର ଦୃଶ୍ୟ ନାଚି ଉଠିଥିଲା । ସ୍ଵାମୀ ବିବେକାନନ୍ଦଙ୍କ ଶୋଭାଯାତ୍ରାରେ ଚାଲୁଥ‌ିବା ଭିଡ଼ ଭିତରେ ଗେରୁଆ ପୋଷାକ ପିନ୍ଧିଥ‌ିବା କିଛି ଲୋକଙ୍କ ସହ ଖାକି ପେଣ୍ଟ ଓ ଧଳା ସାର୍ଟ ପିନ୍ଧା ଲାଠି ଧରା ଯୁବକମାନେ ମଧ୍ୟ ଥିଲେ । ଦିନେ ଅର୍ଦ୍ଧରାତ୍ର ସମୟରେ କିଛି ଶବ୍ଦର କଣ୍ଠସ୍ପର୍ଶରେ ଶଙ୍ଖନାଦ ୧୭