ସ୍ବୟଂମେବ ସ୍ବୟଂପ୍ରଭାଙ୍କ ଆଖ୍ ଖୋଲିଯାଇଥିଲା । ପାଖ ଶେଯରେ ମାଆ ନ ଥିଲେ । ବାହରପଟ ଘରୁ କଥାବାର୍ତ୍ତାର ଶବ୍ଦ ଶୁଣାଯାଉଥିଲା । ଧୀରେ ଉଠି ବାହାରକୁ ଯାଇ ଦେଖିଲେ, ଦାଣ୍ଡଘରେ ଭାଇ ଠିଆ ହୋଇଥିଲେ । ତାଙ୍କ ପାଖରେ ମା ସ୍ତବ୍ଧ, ବଡ଼ବଡ଼ ଆଖ୍ କରି କାନ୍ଥକୁ ଆଉଜି ଠିଆ ହୋଇଥିଲେ । ଭାଇଙ୍କ ଚେହେରା ମଉଳି ଯାଇଥିଲା । ଅନେକ ଦିନ ପରେ ସେ ତାଙ୍କୁ ଦେଖୁଥିଲେ । ଧଳା ପୋଷାକ ପରିହିତ ଶରୀର ଲମ୍ବା ହୋଇଯାଇଥିଲା । ତାଙ୍କୁ ଭାଇ ଦେଖ୍ ଦେଇଥିଲେ । ‘ପ୍ରଭା, ଆ’ । କେଡ଼େ ବଡ଼ଟି ହେଇଗଲାଣି ।’ ସେତେବେଳେ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ । ସାହାସ ହେଉ ନ ଥିଲା ତାଙ୍କର ପାଖକୁ ଯିବା ପାଇଁ । ଭାଇ ହିଁ ପାଖକୁ ଆସିଥିଲେ । ମା' ଆକଟ କରି ଉଠିଥିଲେ, ‘ତାକୁ ଆଉ ଦେଖିବାକୁ ତୋର କ'ଣ ବେଳ ଅଛି? ତୁ ପରା ଦେଶ ମା'ର ସେବା କରିବାକୁ ବାହାରିଲୁଣି । ଆଉ ଏ ମାଆ–ଭଉଣୀ ପାଇଁ ଚିନ୍ତା କାହିଁକି?' ଭାଇ ସେଠି ହିଁ ଠିଆ ହୋଇଯାଇ ମାଆଙ୍କୁ ବିକଳ ହୋଇ ଚାହିଁଥିଲେ । ପରେ ସେ ଧୀରେ ଯାଇ ସଂୟପ୍ରଭାଙ୍କ ମୁଣ୍ଡ ଆଉଁଷି ଥିଲେ । ମାଆଙ୍କ ପାଦ ଛୁଇଁଥିଲେ– ବ୍ରହ୍ମପୁରକୁ ମୁଁ ସଂଘ କାମରେ ଆସିଥ୍ଲି ତ, ପୁଣି କେବେ ଆସିଲେ ବାବାଙ୍କ ସହ ଦେଖା କରିବି । ମା' ବିକଳ ହୋଇ କହିଥିଲେ, 'ବାବାଙ୍କୁ ଟିକେ ଦେଖା କରି ଯା । ସକାଳୁ ଉଠି ଜାଣିଲେ ଝୁରିବେ ।' ଭାଇ କହିଥିଲେ, 'ମୁଁ ବାବାଙ୍କୁ ଦେଖିଲେ ଆଉ ଯାଇ ପାରିବିନି ମା' । ଦୁର୍ବଳ ହେଇ ଯିବି । ଠିଆ ହେବା ଆଗରୁ ହିଁ ମୁଁ ପଡ଼ିଯିବି ।' ଭାଇ ଚାଲିଯାଇଥିଲେ । ମା ଓ ସେ ସାରାରାତି ଶୋଇପାରି ୧୮ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୯
ଦେଖଣା