ତାଙ୍କ ପୁଅ ଜନ୍ମ ପରେ ରାତି ଅଧରେ ଦିନେ ଭାଇ ଘରେ ଆସି ପହଞ୍ଚିଥିଲେ । ମାଆଙ୍କ ଖବର କାହାଠୁ ପାଇ ସେ ଆସିଥିଲେ । ମାଆର ମୃତ୍ୟୁ ଯାଏଁ ରହିଥିଲେ । ତାଙ୍କ ଆସିବା ପରେ ଖୁବ୍ କମ ଦିନ ମାଆ ବଞ୍ଚିଥିଲେ । ବୋଧହୁଏ ଭାଇଙ୍କ ଅପେକ୍ଷାରେ ହିଁ ଥିଲେ । ଭାଇ ସେତେବେଳେ କନ୍ୟାକୁମାରୀରେ ରହୁଥିବାର ସେ ଜାଣିଥିଲେ । “ମାନବ ସେବା ହିଁ ମାଧବ ସେବା”- ଜୀବନ ଦର୍ଶନର ଏହି ତାତ୍ତ୍ଵିକ ଭାଷାର ପ୍ରକୃତ ଅର୍ଥ ଭାଇଙ୍କ ପାଖରୁ ହିଁ ସେତେବେଳେ ବୁଝି ପାରିଥିଲେ । ଘର, ଦୋକାନ, ବାବାଙ୍କ ଟଙ୍କା, କେଉଁଥରେ ତାଙ୍କର ଆଗ୍ରହ ନ ଥିଲା । ସେବାବ୍ରତୀ ହୋଇ ମନୁଷ୍ୟ—ନିର୍ମାଣ, ରାଷ୍ଟ୍ର—ପୁନର୍ଗଠନ ନିମନ୍ତେ ତାଙ୍କୁ ଜୀବନ କଟେଇବାକୁ ହେବ । ଏହା ହିଁ ତାଙ୍କ ଲକ୍ଷ୍ୟ ଥିଲା । ‘ମା, ବାପାଙ୍କ ସେବା କ'ଣ ମାଧବ ସେବା ନୁହଁ, ଭାଇ?' ତାଙ୍କ ପ୍ରଶ୍ନର ଉତ୍ତର ଭାଇ ଦେଇ ନ ଥିଲେ । କିଛି ସମୟ ପାଇଁ ତାଙ୍କୁ ଟୁକୁରୁ ଟୁକୁରୁ ଚାହିଁ ରହିଥିଲେ । ମାଆଙ୍କ ଶୁଦ୍ଧ କ୍ରିୟା ପରେ ଭାଇ ପୁଣି ଥରେ ଚାଲିଯାଇଥିଲେ । ବାବା ଅଟକେଇ ନ ଥିଲେ । ପିଲାଟି ଦିନରୁ ଭାଇଙ୍କ ଉପରେ ଯେତିକି ଅଧିକାର ସାବ୍ୟସ୍ତ କରି ଆସିଥିଲେ, ବାବାଙ୍କ ଅଜାଣତରେ ସେଥିରେ ସମୟର ପ୍ରତିବନ୍ଧ ଲାଗି ସାରିଥିଲା । ସେ କଥାକୁ ଉଜାଗର କରି ତାଙ୍କ ପୁରୁଣା କ୍ଷତ ଉଖାରିବା ପାଇଁ ସ୍ବୟଂପ୍ରଭାଙ୍କର ସାହାସ ନ ଥିଲା । ତାହା ଭାଇଙ୍କ ସହ ତାଙ୍କର ଶେଷ ସାକ୍ଷାତ ଥିଲା । ତା ପରେ ତାଙ୍କର କିଛି ହେଲେ ଖବର ମିଳି ନ ଥିଲା । ବାବାଙ୍କ ମୃତ୍ୟୁ ବେଳକୁ ମଧ୍ୟ ଭାଇ ଆସି ନ ଥିଲେ । ବିବେକାନନ୍ଦ କେନ୍ଦ୍ର ସହ ଯେତେବେଳେ ଯୋଗାଯୋଗ କରାଯାଇଥିଲା, ସେଠାରୁ ନକାରାତ୍ମକ ଉତ୍ତର ଆସିଥିଲା । ଅରୁଣାଚଳ ପ୍ରଦେଶରେ କେନ୍ଦ୍ରର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ରୂପେ କାମ କରୁଥିଲା ବେଳେ ହିଁ ସେ ସ୍ବଇଛାରେ ଶଙ୍ଖନାଦ | ୨୧
ପୃଷ୍ଠା:Shankhanada.pdf/୨୨
ଦେଖଣା