ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କେନ୍ଦ୍ର ଛାଡ଼ିଦେଇ ଚାଲି ଯାଇଥିଲେ । ସେଠାରୁ ସେ କୁଆଡ଼େ ଗଲେ, କ'ଣ କଲେ, ନା ଅରୁଣାଚଳର କାର୍ଯ୍ୟକର୍ତ୍ତାମାନଙ୍କ ପାଖରେ କିଛି ଖବର ଥିଲା, ନା କେନ୍ଦ୍ର ପାଖରେ । ସ୍ଵୟଂପ୍ରଭାଙ୍କ ସ୍ଵାମୀ ନିଜେ ଅରୁଣାଚଳ ପ୍ରଦେଶ ଯାଇ ନିରାଶ ହୋଇ ଫେରି ଆସିଥିଲେ । ଗୋଟିଏ ଲୋକ ଅଦୃଶ୍ୟ ହୋଇଯାଇଥିଲା । ନା ମାଆର ଚିନ୍ତା, ନା ବାବାଙ୍କର– ନା ସଙ୍ଗଠନର, ନା ଦେଶର । ସମୂହ ସ୍ବାର୍ଥ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ଶେଷରେ କ'ଣ ପଳାତକ ହୋଇଗଲେ? କିଏ ଏହାର ଉତ୍ତର ସ୍ବୟଂପ୍ରଭାଙ୍କୁ ଦେଇପାରିବ? ନିଶ୍ଚିତ ରୂପେ ଭାଇଙ୍କ ଛଡ଼ା ଅନ୍ୟ କେହି ନୁହଁ । ମନେମନେ ସ୍ଥିର କରିସାରିଥିଲେ ସେ । ଯେମିତି ହେଲେ ଭାଇଙ୍କୁ ଖୋଜିବେ । ପଚାରିବେ, କାହିଁକି ଏମିତି କଲ? ୨୨ ଶଙ୍ଖନାଦ