(ଦୁଇ) ବାବାଙ୍କ ମୃତ୍ୟୁ ପରେ ଗୋଟିଏ ଯୁଗ ବିତି ଗଲାଣି । ବାବା କିଣେଇ ଦେଇଥିବା ଖଣ୍ଡେ ଜମିରେ ଘରର ନିଅଁ ବାବା ଥିଲାବେଳେ ହିଁ ପଡ଼ି ସାରିଥିଲା । ଆଜି ସେଥୁରେ ଘର କରି ସେମାନେ ରହୁଛନ୍ତି । ବାବାଙ୍କ ଦୋକାନ ଆଉ ବଡ଼ ବଜାରରେ ନାହିଁ । ତାଙ୍କ ସ୍ବାମୀ ନିଜର ବ୍ୟବସାୟର ବିସ୍ତାର କରି ସାରିଲେଣି । ପିଲାମାନଙ୍କ ପାଠପଢ଼ା ସରି ଯାଇଥିଲା । ଝିଅର ବାହାଘର ସରି ଯାଇଥିଲା । ପୁଅ ପୁଣେରେ ଚାକିରୀ କରୁଥିଲା । ନିଜର ନିତିଦିନିଆ ସଂସାରରେ ସ୍ବୟଂପ୍ରଭା ବ୍ୟସ୍ତ ଥିଲେ । ଭାଇଙ୍କ ଘର ଭଡ଼ାରେ ଦିଆ ଯାଇଥିଲା । ଦିନେ ଘରେ ପଶୁପଶୁ ତାଙ୍କ ସ୍ବାମୀ କହିଥିଲେ, ‘ଭଲ ଦାମରେ ଭାଇଙ୍କ ଘରର ଦର ଠିକ ହୋଇଗଲା । ଖୁବ ଟଙ୍କା ମିଳିବ । ସବୁ ମଜା କର ।’ ଚିହିଁକି ପଡିଥିଲେ ସେ । ମା' କହିଥିବା କଥା ତାଙ୍କର ମନେ ଥିଲା, 'ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା ଘରେ ହାତ ଦେବୁନି ।” ‘ପାଣିରେ ପକେଇଦେବି ସିନା ସେ ଟଙ୍କାରେ ହାତ ଦେବିନି, କହିଦେଉଛି ।' ସେ ରାଗି ଉଠି କହିଥିଲେ । ହସି ଉଠିଥିଲେ ତାଙ୍କ ସ୍ବାମୀ, ‘ଆରେ, ମୁଁ ଥଟ୍ଟା କରୁଥିଲି ନା, ସତରେ କ'ଣ ସେ ଟଙ୍କା ଆମର? ପୁଣେରୁ ପୁଅର ଫୋନ ଆସିଥିଲା, ‘ବିବେକାନନ୍ଦ କେନ୍ଦ୍ରରୁ ଶଙ୍ଖନାଦ| ୨୩
ପୃଷ୍ଠା:Shankhanada.pdf/୨୪
ଦେଖଣା