Jump to content

ପୃଷ୍ଠା:Shankhanada.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୂଚନା ଆସିଥିଲା, ସେମାନଙ୍କ ପାଖରେ ମାମୁଁଙ୍କର କିଛି ସୂଚନା ଅଛି । ମା, ଆଈ କହିଥିଲେ ନା' ପାଣିରେ ପକେଇଦେବାକୁ? ଚାଲ, ଆମେ କନ୍ୟାକୁମାରୀ ଯିବା । ସେଇଠି ମାମୁଁଙ୍କ ଖବର ଆଣିବା, କିଛି ଖବର ନ ମିଳିଲେ ସେଇଠି ପାଣିରେ ପକେଇଦେବା ।’ ପାଣିରେ ପକେଇଦେବା ଶୁଣି ଯେତିକି ଚିହିଁକି ଉଠିଥିଲେ, ଭାଇଙ୍କ ଖବର ମିଳିବା ଶୁଣି ଉଲ୍ଲସି ଉଠିଥିଲେ ସେ । ପୁଅ କହିଥ‌ିବା କଥାର ଅର୍ଥ ବି ବୁଝି ସାରିଥିଲେ । ସେମାନେ ବ୍ରହ୍ମପୁର କେନ୍ଦ୍ର ଜରିଆରେ ସବୁ କେନ୍ଦ୍ରକୁ ତାଙ୍କ ଭାଇଙ୍କ ବିଷୟରେ ଜଣେଇଥିଲେ । ତା'ର ଫଳ ସ୍ବରୂପ କେନ୍ଦ୍ରରୁ ପୁଅ ପାଖକୁ ଫୋନ ଯାଇଥିଲା, ‘କାଶ୍ମୀରର ନାଗ ଦଣ୍ଡୀରୁ ଜଣେ କେନ୍ଦ୍ର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ଅରୁଣାଚଳର ତାଲୋମ ଭାଇ ଆସିଛନ୍ତି । ତାଙ୍କ ପାଖରେ କିଛି ସୂଚନା ଅଛି । ଆପଣ ଏଇଠିକୁ ଆସି ପାରିବେ?” ତାଙ୍କ ପୁଅ ସଙ୍ଗେସଙ୍ଗେ ମା ପାଖକୁ ଫୋନ କରିଥିଲା । ଟ୍ରେନରେ ଯଦିଓ ଅସମ୍ଭବ ଧରଣର ଭିଡ଼ ଥିଲା, ତଥାପି ସେମାନେ କଷ୍ଟେମଷ୍ଟେ ଆସି କନ୍ୟାକୁମାରୀରେ ପହଞ୍ଚିଥିଲେ । ଡିସେମ୍ବର ୨୩, ୨୪, ୨୫ ପାଇଁ ଏହି ଭିଡ଼ ଥିଲା । କନ୍ୟାକୁମାରୀରେ ଚତୁର୍ଦ୍ଦିଗରେ ଉତ୍ସବର ପରିବେଶ ଥିଲା । ସ୍ଵାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଷ୍ଟେସନ ବାହାରେ କାର୍ଯ୍ୟକ୍ରମ ସହିତ ସ୍ବାମୀଜୀଙ୍କ ବିରାଟ ହୋର୍ଡିଂ, ଜୟନ୍ତୀ ପାଳନ ନିମନ୍ତେ ତିନି ଦିନ ପାଇଁ କେନ୍ଦ୍ର ତରଫରୁ ବିଶେଷ କାର୍ଯ୍ୟ ସୂଚୀର ଖସଡ଼ା ସେଥ‌ିରେ ଉଲ୍ଲେଖ କରା ଯାଇଥିଲା । ସେମାନେ ରଖୁବା ହୋଟେଲରେ ସଫା ସୁତୁରା ହୋଇ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଆସୁଥିଲା । କେନ୍ଦ୍ରରେ ଖୁବ୍ ଗହଳ ଚହଳ ଥିଲା । କେନ୍ଦ୍ରର ଅଭ୍ୟର୍ଥନା କକ୍ଷରେ ତାଙ୍କ ୨୪ ଶଙ୍ଖନାଦ