Jump to content

ପୃଷ୍ଠା:Shankhanada.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କହୁକହୁ ସେ ଚୁପ୍ ହୋଇଗଲେ । ସ୍ବୟଂପ୍ରଭାଙ୍କ କାନ ପାଖକୁ ପାଟି ଆଣି କହିଲେ, ‘ଭାଇଙ୍କୁ ମୁଁ ଏଇଠି ଦେଖିଛି, ରକ୍ ମେମୋରିଆଲ ଭିତରେ, ଅନେକ ଦିନ ପରେ । ବର୍ତ୍ତମାନ ସ୍ବାମୀଜୀଙ୍କ ୧୫୦ତମ ଜୟନ୍ତୀର କାର୍ଯ୍ୟକ୍ରମ ସମୟରେ । ଯେଉଁ ଦିନ ଦେଖିଲି, ସେଦିନ ହିଁ ବ୍ରହ୍ମପୁରର ଭାଇଙ୍କୁ କହିଲି, ତୋ ସହ ଯୋଗାଯୋଗ କରିବାକୁ ।” ସ୍ବୟଂପ୍ରଭା ହତପ୍ରଭ ହୋଇ ପଡ଼ିଲେ । ଭାଇ ଏଇଠି ଅଛନ୍ତି ! ତାଙ୍କର ଏତେ ପାଖରେ ! ଧଡ଼ପଡ଼ ହୋଇ ଉଠି ଠିଆ ହେଲେ ସେ, ‘ଭାଇ, ଚଞ୍ଚଳ ଚାଲ, ସେଠିକୁ ଯିବା ।’ ତାଙ୍କ କଥା ଶୁଣି ଅନ୍ୟମାନେ ସଜାଗ ହୋଇ ଉଠିଲେ । ସେ କହିଲେ, ‘କିଛି ବ୍ୟସ୍ତ ହୁଅନି । ଶିଳା ସ୍ମାରକୀ ଏବେ ଖୋଲା ନ ଥ‌ିବ । ମୁଁ ଦେଖିଲି ୧୦ ଦିନ ତଳେ । ମୋତେ ଦେଖ୍ ନ ଚିହ୍ନିଲା ପରି ରହିଗଲେ । ମୁହଁରେ ଦାଢ଼ି ବଢ଼େଇ ଦେଇଛନ୍ତି । ମୁଁ ତାଙ୍କ ନାଁ ଧରି ଡାକିଲି । ନ ଶୁଣିଲା ଭଳି ରହିଲେ । ତା'ପରେ ହଠାତ୍ ସେ ସେଠାରୁ ଅଦୃଶ୍ୟ ହୋଇଗଲେ । ତା'ପରେ ତାଙ୍କର କିଛି ହେଲେ ଠିକଣା ମିଳି ନ ଥିଲା । ଆଜି ବି ଯାଇ ମୁଁ ଖାଲି ହାତରେ ଫେରି ଆସିଲି । ମୋର ଏଇ ଖୁଆଡ଼ରେ କାର୍ଯ୍ୟକ୍ରମ ଅଛି କାଲି ପାଇଁ । ତଥାପି ମୁଁ ତୁମମାନଙ୍କ ସହ ଯିବି । ଆମେ ସମସ୍ତେ ସକାଳୁ ସେଇଠିକୁ ଯିବା ।” ଟିକିଏ ରହି ପୁଣି କହିଲେ, ‘ପ୍ରତିଦିନ ଏଠି ସକାଳ ସନ୍ଧ୍ୟାରେ ଭୋଜନ ବେଳେ ମଧ୍ୟ ନଜର ରଖ୍ ଥାଉଛି । କିନ୍ତୁ କିଛି ହେଲେ ଫଳ ମିଳି ନାହିଁ । ଆଜି ତମେମାନେ ବି ମୋ ସହ ଭୋଜନକୁ ଚାଲ, ସେଇଠି ବି ଦେଖ‌ିବା । ଭୋଜନ ଆଉ କିଛି ସମୟ ପରେ ଆରମ୍ଭ ହେବ ।” ବିବେକାନନ୍ଦ କେନ୍ଦ୍ର ଖୁଆଡ଼ ଭିତରେ ଅନ୍ୟୁନ ୧୦୦୦୦ ୨୬ ଶଙ୍ଖନାଦ