ଲୋକ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଜମା ହୋଇଥିଲେ । ଧଳା ପୋଷାକ ପରିହିତ ଏତେ ଲୋକଙ୍କ ସମ୍ଭାର ଭିତରେ ଦାଢ଼ି ରଖୁଥିବା ତାଙ୍କ ଅବୁଝା ଭାଇଟିକୁ କେମିତି ଯେ ଖୋଜିବେ, ସ୍ବୟଂପ୍ରଭା ଉଦ୍ବିଗ୍ନ ହୋଇ ଉଠୁଥିଲେ । ନିଜ ମନକୁ ସାନ୍ତନା ଦେବା ପାଇଁ ପୁଅକୁ, ସ୍ବାମୀଙ୍କୁ ଧୀରେ ପଚାରିଥିଲେ, ‘ମନ ଅଛି ଘରେ ଥିବା ତାଙ୍କର ଫୋଟ?' 9 ବାବା, ମା, ଏବଂ ସେମାନେ ଭାଇ ଭଉଣୀ ଦି'ଜଣଯାକର କେଉଁ ପୁରୁଣା କାଳର ଫୋଟ ! ତାକୁ ମନ ରଖ୍ ଆଜିର ମଣିଷଟିକୁ ଖୋଜା ହେବ? ମନେମନେ କଥାଟିକୁ ଗ୍ରହଣ ନ କରି ପାରିଲେ ମଧ୍ୟ ବାପା ପୁଅ ଦିହେ ଯାକ ମୁଣ୍ଡ ଟୁଙ୍ଗାରି ହଁ କଲେ । ଆଶ୍ବସ୍ତି ବୋଧ କଲେ ସେ । ଭୋଜନ ନିମନ୍ତେ ଭୂମି ଉପର ଆସନରେ ପଂକ୍ତି କଡ଼େ ବସିଥିବା କାର୍ଯ୍ୟକର୍ତ୍ତା, ଅତି ସୁନ୍ଦର ସ୍ବାଭାବିକ ସାବଲୀଳ ଢଙ୍ଗରେ ଖାଦ୍ୟ ପରଷୁଥିବା, ପରଷିବା ଦାୟିତ୍ବରେ ଥିବା କାର୍ଯ୍ୟକର୍ତା; ଜଣେ କେହି ଭୋଜନ ମନ୍ତ୍ର ଆରମ୍ଭ କଲେ । ଅନ୍ୟ ସମସ୍ତେ ଆଖ୍ ବୁଜି, ହାତ ଯୋଡିଦେଲେ । ଖାଇବା ଲୋକମାନେ ବସି, ପରଷୁଆଳୀମାନେ ଆଣ୍ଠେଇ ପ୍ରାର୍ଥନା କଲେ । ସାମୁହିକ ଭୋଜନର ଏହି ପରମ୍ପରାଗତ ଶୈଳୀ ଅତୀବ ହୃଦୟସ୍ପର୍ଶୀ ଥିଲା । ତନ ତନ କରି ସେମାନେ ଭୋଜନ କକ୍ଷର କୋଣ କୋଣ ନିରିଖେଇ ଖୋଜିଥିଲେ । କଉଠି ହେଲେ ଭାଇଙ୍କ ଚିହ୍ନ ବର୍ଣ୍ଣ ନ ଥିଲା । କେନ୍ଦ୍ରରେ ଭୋଜନ କଲା ପରେ ନିଜ ହୋଟେଲକୁ ଫେରିଥିଲେ । ନିରାଶ ହୋଇଯାଇଥିଲେ ସେ । ଭାଇ କ'ଣ ତାଙ୍କୁ ଆଉ ମିଳିବେନି? ଆସିଲାବେଳେ ତାଲୋମ ଭାଇ କହିଥିଲେ, ‘ମନ୍ଦିର ଘାଟ ପାଖକୁ ସକାଳ ୮ଟା ଆଗରୁ ଆସି ଯାଅ । କେଜାଣି, କାଲି କାଳେ ଭାଇ ମିଳିଯାଇପାରନ୍ତି । ଶଙ୍ଖନାଦ ୨୭
ପୃଷ୍ଠା:Shankhanada.pdf/୨୮
ଦେଖଣା