(ତିନି) ଭାରତର ଦକ୍ଷିଣ ଉପାନ୍ତରେ ଯେଉଁଠି ହିନ୍ଦ ମହାସାଗର ଆରବ ସାଗର ସହ ମିଶିଛି, ସେଠାରେ ସମୁଦ୍ର ଏକ ବିଶେଷ ରଙ୍ଗରେ ରଙ୍ଗୀଭୂତ ହୋଇଛି । ଇନ୍ଦ୍ରଧନୁଠୁଁ ମଧ୍ୟ ଅଧିକ ରଙ୍ଗରେ ରଙ୍ଗୀନ୍ ଓ ସ୍ପଷ୍ଟ ନୀଳାଭ–ଗୈରିକ ରଙ୍ଗର ସମୁଦ୍ର ଜଳ ବକ୍ଷରେ ପ୍ରତିଫଳିତ ଶ୍ରୀପାଦ ଶିଳା ଉପରେ ଅବସ୍ଥିତ ବିବେକାନନ୍ଦ ମନ୍ଦିରର ବାହ୍ୟ ରେଖା ମନରେ ସ୍ଥିର—ଆଧ୍ୟାତ୍ମ୍ୟ—ଭାବ–ତରଙ୍ଗ ସୃଷ୍ଟି ହୋଇଥାଏ । ଦୂର ଅନନ୍ତ ଆକାଶ ଯାଏଁ ପୃଥିବୀ ବକ୍ଷରେ ତରଙ୍ଗାୟିତ ଜଳରାଶିରେ ସୃଷ୍ଟି ହେଉଥିବା ଗଭୀର ନିସ୍ତବ୍ଧତାର ସ୍ବର ଲହରୀର କିଞ୍ଚିତ ମାତ୍ର ଉପଲବ୍ ଚକ୍ଷୁ କୋଣରୁ ସ୍ଵୟଂମେବ ଅଶ୍ରୁ ଝରାଇ ଅମାନିଆ ମନର ଶୃଙ୍ଖଳ ହୀନ ବିଚାରର ବେଗରେ ଲଗାମ ଟାଣି ଦିଏ । ଅଶାନ୍ତ ବିଚାରର ଜୁଆର ମାନ ସ୍ଥିର, ଶାନ୍ତ ହୋଇଯାଆନ୍ତି । ଏହି ଆତ୍ମାନୁଭୂତିର ଭାବାର୍ଥ ଭାଇ ହିଁ ତାଙ୍କୁ ଦେଇପାରିଥାନ୍ତେ । ମନ ମଧ୍ୟରେ ଭାଇଙ୍କ ଭାବନାର ଯେଉଁ ଢେଉମାନ ତାଙ୍କ ଚିତ୍ତର କୂଳରେ ଆସି ବାଡ଼େଇ ହେଉଥିଲା, ତା ଭିତରେ ସେ ଉବୁଟୁବୁ ହେଉଥିଲେ, ତାଙ୍କର କିଛି ସୂଚନା ପାଇବା ପାଇଁ । ଡିସେମ୍ବର ୨୩ର ଏହି ସକାଳେ, ଯେଉଁ ଦିନ କନ୍ୟାକୁମାରୀ କୂଳରୁ ଶ୍ରୀପାଦ ଶିଳା ଯାଏଁ ଡଙ୍ଗାରେ ପାରି କରାଉଥିବା ମାଛୁଆମାନଙ୍କୁ ପଇସାଟିଏ ଦେବା ପାଇଁ ସକ୍ଷମ ନ ହୋଇ ପାରି ସ୍ଵାମୀ ବିବେକାନନ୍ଦ ସମୁଦ୍ରରେ ଲମ୍ଫଦାନ ପୂର୍ବକ ପହଁରି–ପହଁରି ଶ୍ରୀପାଦ ଶିଳାରେ ପହଞ୍ଚିଥିଲେ; ଯେଉଁଠାରେ ଦୀର୍ଘ ଦୁଇ ରାତି ୨୮ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୨୯
ଦେଖଣା