ତିନିଦିନ ଧରି ଧ୍ୟାନମଗ୍ନ ଅବସ୍ଥାରେ ନିଜ ଧେୟ ପ୍ରାପ୍ତିର ନିକଟରେ ପହଞ୍ଚି ପାରିଥିଲେ, ଯାହା ତାଙ୍କୁ ବିଶ୍ବ ଧର୍ମ-ମହାସଭାରେ ଭାରତର ସନାତନ ବେଦାନ୍ତ ବିଚାରକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉଦ୍ଭାସିତ କରିବା ନିମନ୍ତେ ପ୍ରେରଣା ଦେଇଥିଲା । ଯୁଗ ଯୁଗରୁ ବହନ କରି ଆସୁଥିବା କନ୍ୟାକୁମାରୀଙ୍କ ଗାଥା ଉପରେ ଆଧାରିତ ସ୍ମୃତି କଥା ମଣ୍ଡିତ ଭାରତ ଭୂମିର ଶେଷ ଭାଗର ଏହି ଶିଳା ଉପରେ ଜଣେ ଅନାମ ଧେୟ ଯୁବ ସନ୍ନ୍ୟାସୀ ଯେତେବେଳେ ନିଜ ଗୁରୁଙ୍କ ପ୍ରତିଭାରେ ପ୍ରତିଭାସିତ ଅବସ୍ଥାରେ ଭାରତ-ସଂସ୍କୃତି—ବାହକର ସାମର୍ଥ୍ୟ ହାସଲ ନିମନ୍ତେ ଧ୍ୟାନସ୍ଥ ହେଲେ, ସେତେବେଳେ ସମୁଦ୍ର ସ୍ଥିର ହୋଇ ଯାଇଥିଲା; ପବନ ନିଃଥର, ନିସ୍ପନ୍ଦ ହୋଇ ଯାଇଥିଲା, ପକ୍ଷୀଙ୍କ କାକଳି ରାବ ବନ୍ଦ ହୋଇ ଯାଇଥିଲା । ଶହ-ଶହ ବର୍ଷ ଧରି ଲୁଣ୍ଠିତ, ଧର୍ଷିତ, ଅବହେଳିତ ଭାରତ ମାଆର ଚକ୍ଷୁରୁ ଅନବରତ ଝରୁଥିବା ଲୁହ ବୁନ୍ଦା ନିମନ୍ତେ ପ୍ରକୃତିର ସ୍ବାଭାବିକ ଧାରକ ସୃଷ୍ଟି ହେଉଥିଲେ । ଧାନ—ବିଚାରର ସମୟରେ ଚତୁଃପାର୍ଶ୍ବର ପରିବେଶରୁ ଉର୍ଷରେ ରହି ଆସନ୍ତା ସମୟରେ ଭାରତବର୍ଷରେ ଘଟିବାକୁ ଯାଉଥିବା ଅଦ୍ଭୁତ ପରିବର୍ତ୍ତନର ସାକ୍ଷ୍ୟ–ଦ୍ରଷ୍ଟା ରୂପେ ବେଦାନ୍ତ ବିଚାରକୁ ଦୁନିଆ ଆଗରେ ଉପସ୍ଥାପିତ କରିବାକୁ ସପ୍ତର୍ଷିମଣ୍ଡଳର ଯେଉଁ ଉଦ୍ଭାସିତ ନକ୍ଷତ୍ରକୁ ପୃଥିବୀପୃଷ୍ଠରେ ଉତ୍ତରିତ ହେବାର ଦୃଶ୍ୟ ଶ୍ରୀ ରାମ କୃଷ୍ଣ ଧ୍ୟାନରେ ଦେଖିଲେ, କାଳର କରାଳ ଗତିର ସେହି ନକ୍ଷତ୍ରର ସେ ମାନବ ରୂପୀ ଥିଲେ । ଭାଇଙ୍କୁ ଖୋଜିଖୋଜି, ତାଙ୍କ ସ୍ମୃତିକୁ ଅଣ୍ଡାଳି–ଅଣ୍ଡାଳି ଭାରତର ଶେଷ ଭାଗରେ ଆସି ସେ ପହଞ୍ଚିଛନ୍ତି । କନ୍ୟାକୁମାରୀ– ମନ୍ଦିର ପ୍ରାଙ୍ଗଣରୁ ବାହାରି ଆସି ତଳ ପାହାଚରେ ସ୍ଥିର ହୋଇଯାଇଥିବା ସମୁଦ୍ର ପାଣି କୂଳ ରେଲିରେ ହାତ ଦେଇ ଅନତି ଦୂରରେ ଦୃଶ୍ୟମାନ ହେଉଥିବା ସ୍ବାମୀ ବିବେକାନନ୍ଦଙ୍କ ମନ୍ଦିରକୁ ଚାହିଁ ସ୍ବୟଂପ୍ରଭା ଠିଆ ହୋଇ ତାଲୋମ ଭାଇଙ୍କ ପ୍ରତୀକ୍ଷା ରତ ଥିଲେ । ଶଙ୍ଖନାଦ ୨୯
ପୃଷ୍ଠା:Shankhanada.pdf/୩୦
ଦେଖଣା