ତାଲୋମ ଭାଇ ଆସିଲା ପରେ ସେମାନେ ଫେରିବୋଟରେ ବସିଥିଲେ । ମୂଳଖଣ୍ଡଠାରୁ ବିବେକାନନ୍ଦ ଶିଳାର ଦୂରତା ଅଧ୍ଵକ ନ ଥିଲା । ନୀରବ ପରିବେଶର ପାଣି ଉପରେ ଫେରିବୋଟର ମୋଟର ଶବ୍ଦ ସହିତ ତାଙ୍କ କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଶୁଣା ଯାଉଥିଲା । ସେହି ଶିଳା ଉପରେ ପ୍ରତିଷ୍ଠା କରାଯାଇଥିବା ବିବେକାନନ୍ଦଙ୍କ ସ୍ମାରକୀ ଏବଂ ତା' ପାଖ ଅପେକ୍ଷାକୃତ ଛୋଟ ଶିଳା ଉପରେ ତିଆରି ବିଶିଷ୍ଟ ତାମିଲ କବି ସନ୍ଥ ଥୁରୁଭେଲୁରଙ୍କ ପ୍ରତିମା ଦିଗରେ କନ୍ୟାକୁମାରୀଙ୍କ ଘାଟରୁ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଫେରିବୋଟ ତାମିଲନାଡୁ ସରକାରଙ୍କ ଉପକ୍ରମରେ ଯିବା ଆସିବା କରିଥାଏ । ଥାଳ ଧରି ଭାରତ ସାରାର ଭିକ୍ଷାକୁ ଗୋଟେଇ ଆଣି ଶ୍ରୀପାଦ ଶିଳା ଉପରେ ବିବେକାନନ୍ଦଙ୍କୁ ପ୍ରତିଷ୍ଠା–ପୂର୍ବକ ସୁଦୂର ଉତ୍ତର– ମେରୁଯାଏଁ ଭାରତୀୟ ସଂସ୍କୃତି ଓ ଦର୍ଶନର ପ୍ରସାରଣର ଏକନାଥଜୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ସ୍ବପ୍ନର ଜ୍ବଳନ୍ତ ଉଦାହରଣ ଥିଲା ଭାରତ ମାଆର ଶେଷ ଖଣ୍ଡରେ ଶୋଭା ପାଉଥିବା ଏହି ବିବେକାନନ୍ଦ ଶିଳା ସ୍ମାରକୀ । ଏହି ସ୍ମାରକୀର ଅନ୍ୟତମ ଉଦ୍ୟୋକ୍ତା, କୂଳରେ ବିଦ୍ୟମାନ ଆଧ୍ୟାତ୍ମ ପ୍ରେରିତ ସେବା ସଂଗଠନ, ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାତା ଏକନାଥ ରାଣଡ଼େଙ୍କ ବୈଚାରିକ ଆନ୍ଦୋଳନକୁ ଉସ୍ଥାପନ କଲାବେଳେ ତାଲୋମ ଭାଇଙ୍କ ଜ୍ୟୋତିଦୀପ୍ତ ଚକ୍ଷୁ ଯୁଗଳର ଉପର ଲଲାଟ ତେଜମୟ ହୋଇ ଉଠୁଥିଲେ, ଯେଉଁ ଭାବକୁ ସେ ଭାଇଙ୍କ ପାଖରେ ମଧ୍ୟ ଦେଖିବାକୁ ପାଉଥିଲେ । ଅଳ୍ପ କିଛି ସମୟର ବ୍ୟବଧାନ ପରେ ସେମାନେ ଶିଳା ସ୍ମାରକୀଠାରେ ପହଞ୍ଚି ଉପରକୁ ଉଠୁଥିଲେ । ବିବେକାନନ୍ଦ ଧ୍ୟାନ–ମଣ୍ଡପ ଭିତରେ ଧୀର ଶବ୍ଦରେ, ଅହରହ ଉଚ୍ଚାରିତ ହେଉଥିବା ଓଁକାର ନାଦ ମଧ୍ଯରେ ନୀରବରେ ବସି ଅନେକ ୩୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୩୧
ଦେଖଣା