Jump to content

ପୃଷ୍ଠା:Shankhanada.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଲୋକ ଧ୍ୟାନ କରୁଥିଲେ । ଭିତରେ ପଶିଲା ବେଳେ ତାଲୋମ ଭାଇ କହିଥିଲେ, 'ସେ ଭିତରେ ପାଟି ଖୋଲିବା ମନା ।’ କିନ୍ତୁ ଭିତରେ ପଶୁ—ପଶୁ ହଠାତ୍ କ'ଣ ଦେଖ୍ ସେ ନିଜେ ଯାଇ ଖୋଲା ଦେହରେ ଧ୍ୟାନରେ ବସିଥ‌ିବା ଜଣେ ବ୍ୟକ୍ତିଙ୍କ ପାଖରେ ଯାଇ ବସି ପଡ଼ି ପାଟି କଲେ, ‘ଭାଇ! ଭାଇ, ପ୍ରଭା ଆସିଛି ।’ ଘଟଣାଟି ଯେମିତି ଅତର୍କିତ ଭାବେ ଘଟିଗଲା । ଭାଇ ବସିଛନ୍ତି? ଶୁଣୁ—ଶୁଣୁ ସ୍ବୟଂପ୍ରଭା ମଧ୍ୟ ତାଙ୍କ ପାଖକୁ ଚଞ୍ଚଳ ପାଦ ପକେଇ ଯିବାକୁ ଚେଷ୍ଟା କଲେ । ପାଖରେ ଧ୍ୟାନରେ ବସିଥ‌ିବା ଜଣେ କିଏ ତାଙ୍କୁ ସ୍‌ରେ ଚାଲିବା ପାଇଁ ଈଶାରାରେ କହୁଥିଲେ । ସ୍ବୟଂପ୍ରଭାଙ୍କ ପକ୍ଷରେ ନିଜକୁ ସମ୍ଭାଳିବା କଷ୍ଟ ହୋଇଯାଉଥିଲା । ସେମାନଙ୍କ କାର୍ଯ୍ୟକଳାପରେ କିଛି କ୍ଷଣ ନିମନ୍ତେ ସମସ୍ତଙ୍କ ଶୃଙ୍ଖଳା ଭଙ୍ଗ ହୋଇଥିଲା । ଯାହାଙ୍କୁ ତାଲୋମ ଭାଇ ‘ଭାଇ ବୋଲି’ ସମ୍ବୋଧନ କରୁଥିଲେ, ତାଙ୍କ ସହ ସେ ବାହାରକୁ ବାହାରି ଯାଇଥିଲେ । ସ୍ବୟଂପ୍ରଭା ଦେଖ‌ିଲେ ବାହାରେ ଭାଇଙ୍କ ହାତ ଧରି ତାଲୋମ ଭାଇ ଠିଆ ହୋଇଥିଲେ । ଭାଇ ! ଭାଇ !! ଭାଇ !!! ଏକ ଅଜଣା ଆନନ୍ଦ-ଅନୁଭୂତିର ଶିହରଣରେ ପୁଲକିତ ହୋଇ ଉଠିଲେ ସ୍ବୟଂପ୍ରଭା । ମସ୍ତିଷ୍କ ଶୂନ୍ୟ ପ୍ରାୟ ବୋଧ ହୋଇଥିଲା । ତାଙ୍କ ପାଟିରୁ କଥା ବାହାରି ପାରୁ ନ ଥିଲା । ସିଧା, ସହଜ, ଅବୁଝା ଚାହାଣୀ ଓ ଅପରିଚିତ ଭାବରେ ଭାଇ କିନ୍ତୁ ତାଲୋମ ଭାଇଙ୍କୁ ଚାହିଁଥିଲେ । ‘ଭାଇ, ପ୍ରଭା ଆସିଛି, ପ୍ରଭା, ତମ ଭଉଣୀ ।’ ସ୍ବୟଂପ୍ରଭା ଝପଟି ଯାଇ ଭାଇଙ୍କ ହାତ ତାଙ୍କ ହାତରୁ ଟାଣି ଆଣି ଧରିଥିଲେ । ଅତ୍ୟଧିକ କୋହରେ ଆଖୁରୁ ଲୁହ ଝରି ଶଙ୍ଖନାଦ| ୩୧