ଆସୁଥିଲା । ପାଟିର ଶବ୍ଦ ଥରି ଯାଉଥିଲା, ମୁହଁକୁ ସିଧା ଚାହିଁ ବିକଳରେ ସେ ଭାଇଙ୍କୁ ଚାହିଁଥିଲେ, 'କଉଠି ଥିଲ ଭାଇ, କଉଠି ଥ୍ଲ?' ତାଙ୍କ ପାଟିରୁ ଶବ୍ଦ ବାହାରୁ ନଥିଲା । ଭାବୁଥିଲେ, ଭାଇ ତାଙ୍କୁ କୁଣ୍ଢେଇ ଧରି ପକେଇବେ । ଭଡ଼–ଭଡ଼ କାନ୍ଦିବେ । କିନ୍ତୁ ଭାଇଙ୍କ ଦୃଷ୍ଟିରେ କିଛି ପରିବର୍ତ୍ତନ ଆସି ନଥିଲା । ସେମିତି ଶୂନ୍ୟ, ସିଧା ଚାହାଣୀରେ ସେ ଚାହିଁଥିଲେ । ଦାଢ଼ିଆ ମୁହଁରେ ପରିଚିତର ସମ୍ୟକ ଚିହ୍ନ ବି ଦେଖା ଯାଉ ନ ଥିଲା । ବିକଳିଆ ହୋଇ ଉଠିଲେ ସ୍ବୟଂପ୍ରଭା । ତାଙ୍କ ଚିତ୍କାର ତାଙ୍କ ଗଳାରେ ହିଁ ଅଟକି ଗଲା, ‘ଚିହ୍ନି ପାରୁନ ଭାଇ? ମୁଁ ପ୍ରଭା, ତମ ଭଉଣୀ ।’ ‘ଯୋଗେନ୍ଦ୍ରବାଳା ତ ଆତ୍ମହତ୍ୟା କରି ସାରିଛି ।’ ତାଙ୍କର ବିନା ଅଭିବ୍ୟକ୍ତିର ସ୍ଵଗତୋକ୍ତ ସ୍ବୟଂପ୍ରଭାଙ୍କୁ ହତୋତ୍ସାହିତ କରିଥିଲା । ସେ ତାଲୋମ ଭାଇଙ୍କୁ ଚାହିଁଲେ, ‘ଯୋଗେନ୍ଦ୍ରବାଳା କିଏ ଭାଇ?' ସେତେ ପର୍ଯ୍ୟନ୍ତ ତାଲୋମ ଭାଇ ଭାଇଙ୍କୁ ନିରିଖେଇ ଦେଖୁଥିଲେ । ନିଜ ଆଡ଼େ ଆଙ୍ଗୁଠି ଦେଖାଇ ପଚାରିଲେ, 'ମୋତେ ଚିହ୍ନି ପାରୁଛ ଭାଇ? ମୁଁ ତାଲୋମ, ଅରୁଣାଚଳର, ମନେ ଅଛି?' ‘ସ୍ବାମୀଜୀ!’ ସେ ସ୍ବଗତୋକ୍ତି କଲେ । ସ୍ବୟଂପ୍ରଭାଙ୍କ ହାତ ଛାଡ଼ି ହଠାତ୍ ପଛକୁ ବୁଲି ଦ୍ରୁତଗତିରେ ପାଦ ପକାଇ ଚାଲିବାରେ ଲାଗିଲେ । ଦେଖୁ-ଦେଖୁ ସେମାନଙ୍କ ଦୃଷ୍ଟି ଉହାଡ଼କୁ ଚାଲିଗଲେ ଏବଂ ଅଦୃଶ୍ୟ ହୋଇଗଲେ । ସମସ୍ତେ ତାଙ୍କ ପଛେ ପଛେ ଦୌଡ଼ିଲେ । ଲେଉଟାଣି ଡଙ୍ଗାକୁ ଯାଇ ଜଗି ୩୨ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୩୩
ଦେଖଣା