Jump to content

ପୃଷ୍ଠା:Shankhanada.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରହିଲେ । ଯିବେ କୁଆଡ଼େ? ଶେଷରେ ଏଇ ଫେରିବୋଟରେ ତ ଫେରିବେ । ସହସା ଲୋକମାନଙ୍କ ପାଟିତୁଣ୍ଡ ଶୁଣି ସମସ୍ତେ ସେ ଦିଗକୁ ଚାହିଁଲେ । 'ଦେଖ, ଦେଖ, ଜଣେ ପାଣିକୁ ଡେଇଁ ପଡ଼ିଲେ ।’ ସମସ୍ତଙ୍କ ଦୃଷ୍ଟି ସେ ଦିଗକୁ ଦୌଡ଼ିଲା । ସମୁଦ୍ରରେ ଲହଡା ଭାଙ୍ଗିଭାଙ୍ଗି ଜଣଙ୍କୁ ମୂଳଭୂଖଣ୍ଡ ଆଡ଼େ ପହଁରି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରିଷ୍କାର ରୂପେ ନ ଦେଖାଗଲେ ମଧ୍ୟ ସେମାନେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ପହଁରି ପହଁରି ଯାଉଥ‌ିବା ବ୍ୟକ୍ତି ଜଣକ ଭାଇଙ୍କ ଛଡା ଅନ୍ୟ କେହି ନୁହଁନ୍ତି । ପୌଢ଼ତ୍ବ ଅତିକ୍ରମ କରିସାରିଲା ପରେ ବି ତାଙ୍କ ଦେହର ଏ ଅମାପ ବଳ ସମସ୍ତଙ୍କୁ ଆବିଭୁତ କରିଥିଲା । ତାଲୋମ ଭାଇ ଦୀର୍ଘଶ୍ବାସ ନେଲେ, ‘ତାଙ୍କର ଆଉ ଏ ଜନ୍ମକୁ ମନେ ରଖୁବାର ଅଭିପ୍ରାୟ ନାହିଁ । ନ ହେଲେ କି ମୋତେ ସ୍ବାମୀଜୀ ଆଉ ତୋତେ ଯୋଗେନ୍ଦ୍ରବାଳା ବୋଲି ଚିହ୍ନିଥାନ୍ତେ?” ‘ଯୋଗେନ୍ଦ୍ରବାଳା କିଏ ଭାଇ?' ‘ସ୍ବାମୀଜୀଙ୍କ ଭଉଣୀ । ବାହାଘର ପରେପରେ ସେ ଆତ୍ମହତ୍ୟା କରି ଦେଇଥିଲେ । ତାଙ୍କ ତଳର ଏହି ଭଉଣୀଟିକୁ ସେ ଭାରି ଭଲ ପାଉଥିଲେ ।’ ଗତ ଶୀତୁଆ ରାତିରେ ଅନେକ ବେଳ ଯାଏଁ ତିନି ପାଖ ସମୁଦ୍ରର ନିରନ୍ତର ଗର୍ଜନ ଭିତରେ ତାଙ୍କୁ ଯେତେବେଳେ ନିଦ ହୋଇ ନଥିଲା, ଚିନ୍ତା ଓ ଅସହାୟ–ବୋଧର ଜ୍ବାଳାଗ୍ନିରେ ଜର୍ଜରିତ ସ୍ବୟଂପ୍ରଭା ହୋଟେଲରେ ନିଜ କକ୍ଷର ବାଲକୋନୀକୁ ଆସି ଯାଇଥିଲେ । ଘନ–ନୀଳାଭ ସାମୁଦ୍ରିକ ଆଲୁଅର ସ୍ପର୍ଶରେ ଚତୁର୍ଦିଗର ତମସରୁ ତମସା ନିର୍ବାପିତ ହେବାର ସ୍ପଷ୍ଟ ସୂଚନା ମିଳୁଥିଲା । ଶଙ୍ଖନାଦ | ୩୩