Jump to content

ପୃଷ୍ଠା:Shankhanada.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସେତେବେଳେ ହିଁ ତାଙ୍କର ଭାଇଙ୍କ ସହ ପୁନର୍ମିଳନର ଆଶା କ୍ଷୀଣ ହୋଇସାରିଥିଲା । ମନେ ମନେ ସେ କିଛି ସ୍ଥିର କରିସାରିଥିଲେ । ତାଙ୍କ ପଛେ—ପଛେ ଉଠି ଆସି ତାଙ୍କ ପାଖରେ ଠିଆ ହୋଇଥିବା ସ୍ବାମୀଙ୍କୁ ମଧ୍ଯ ତାଙ୍କ ନିଷ୍ପତ୍ତି ବିଷୟରେ ଜଣେଇ ସାରିଥିଲେ । [ମାଆଙ୍କ କଥା ତାଙ୍କ କାନରେ ବାରମ୍ଵାର ଆସି ବାଜୁଥୁଲା, – ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା' ଘରେ ହାତ ଦେବୁନି] ବର୍ତ୍ତମାନ ଯେତେବେଳେ ଭାଇ ମିଳି ମଧ୍ୟ ମିଳିଲେନି, ଦେଖ୍ ମଧ୍ଯ ଚିହ୍ନି ପାରିଲେନି, ଶୁଣି ମଧ୍ଯ ବୁଝି ପାରିଲେନି, ସ୍ବୟଂପ୍ରଭା ତାଙ୍କ ରାତିର ନିଷ୍ପତ୍ତିରେ ମୋହର ଲଗାଇବା ପାଇଁ ନିଶ୍ଚୟ କଲେ । ସମୁଦ୍ରରେ ପାଣିର ରଙ୍ଗ ବଦଳି ନ ଥିଲା । କନ୍ୟାକୁମାରୀ ଆକାଶର ନିତିଦିନିଆ ସୂର୍ଯ୍ୟଙ୍କୁ ପତଳା ମେଘ ଆଚ୍ଛାଦିତ କରି ରଖିଲା । ପଛରେ ଦୃଶ୍ୟମାନ ହେଉଥ‌ିବା ବିବେକାନନ୍ଦ ସ୍ମୃତି ମନ୍ଦିର, ଆଗରେ ଦେଖା ଯାଇଥିବା କନ୍ୟା କୁମାରୀଙ୍କ ମନ୍ଦିର ମଝିରେ ଫେରିବୋଟରେ ବସି ସ୍ବୟଂପ୍ରଭା ଭାବୁଥିଲେ, ପ୍ରକାରାନ୍ତରେ ମାଆଙ୍କର ଏହି ଇଛା ପୂରଣଦ୍ବାରା ହୁଏତ ତାଙ୍କ ମନ ଭିତରେ ଜମାଟ ବାନ୍ଧି ରହିଥ‌ିବା କୁଣ୍ଡା କିଛି ମାତ୍ରାରେ ଲାଘବ ପାଇପାରେ । ଫେରିବୋଟରେ ଆସୁଥ‌ିବା ସହଯାତ୍ରୀମାନଙ୍କ ଭିତରେ ଗୁଞ୍ଜରିତ ହେଉଥ୍ଲା – ଭୁବନ ମଣ୍ଡଳେ ନବଯୁଗମୁଦୟତୁ ସଦା ବିବେକାନନ୍ଦମୟମ୍ । ସୁବିବେକମୟମ୍, ସ୍ନାନନ୍ଦମୟମ୍ ॥I ମଝିରେ ମଝିରେ ଆରମ୍ଭ ହୋଇ ପୁଣି ବନ୍ଦ ହୋଇ ଯାଉଥ‌ିବା ଭାରତର ସ୍ବାଧୀନତା ସଂଗ୍ରାମର ଶୁଟ୍‌ କୁଶ ଦେହରେ ସ୍ବାମୀ ବିବେକାନନ୍ଦଙ୍କ ଓଜସ୍ବିନୀ ବାଣୀର ସୁପ୍ତାଗ୍ନି ଅଗ୍ନି–ସ୍ଫୁଲିଙ୍ଗର କାମ ୩୪ ଶଙ୍ଖନାଦ