ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କରିଥିଲା । ତାଙ୍କର ଭାରତ ମାଟି ପ୍ରତି ଥିବା ଆବେଗ, ସମ୍ବେଦନ ଅନେକ ସ୍ବାଧୀନତା ସଂଗ୍ରାମୀ, କର୍ମୀ, ତପସ୍ବୀଙ୍କୁ ଜନ୍ମ ଦେଇଥିଲା ସତ, କିନ୍ତୁ ସ୍ବୟଂପ୍ରଭାଙ୍କ ଭାଇ କେବଳ ସ୍ବାମୀଜୀଙ୍କ ଚରିତ୍ର, ଜୀବନୀ ଭିତରର ଭଉଁରୀରେ ହିଁ ଘୁରି ରହିଗଲେ । ମାଆଙ୍କ ପାଖରେ ବ୍ୟକ୍ତ କରିଥିବା ଆଶଙ୍କା ଅନୁଯାୟୀ ଠିଆ ହେବା ପୂର୍ବରୁ ହିଁ ସେ କ'ଣ ପଡ଼ି ସାରିଥିଲେ? ତା ଛଡ଼ା ଆଉ କ'ଣ ହୋଇପାରେ? ନ ହେଲେ କି ମା'ର ପାଖ ଛାଡ଼ି ଦେଶ ସେବା ନିମନ୍ତେ ଦୃଢ ସଂକଳ୍ପିତ ଜଣେ ବ୍ୟକ୍ତି ବାଟବଣା ହୋଇଯାନ୍ତେ? ଜନ୍ମ—ମୃତ୍ୟୁର କର୍ମଚକ୍ରରେ କିଏ ଜାଣେ, ଭାଇଙ୍କ ସ୍ବପ୍ନ କେବେ କେଉଁଭଳି ଭାବେ ସାକାର ହେବ । ବୋଧହୁଏ ପର ଜନ୍ମରେ, ତା' ପର ଜନ୍ମରେ, ନ ହେଲେ ତା' ପର ଜନ୍ମରେ ! ଭାଇ କହୁଥିଲେ, “କର୍ମ ଥିଲା ଯାଏଁ ଜନ୍ମ ରହିଥିବ— ଜନ୍ମ ଥିଲା ଯାଏଁ କର୍ମ ରହିଥିବ । ଦିହେଁ ପରସ୍ପରର ପରିପୂରକ ।” ଶଙ୍ଖନାଦ | ୩୫